ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କା; ଡେମୋକ୍ରାଟ୍ସ ହାତେଇଲେ ବହୁମତ

ଆମେରିକାରେ 2026 ମିଡଟର୍ମ ନିର୍ୱାଚନରେ ଭୋଟ ଗ୍ରହଣ ଶେଷ ହୋଇଛି ଏବଂ ଭାରତୀୟ ସମୟ ଅନୁଯାୟୀ ଆଜି ନଭେମ୍ୱର 4 ସକାଳ ସାଢ଼େ 4ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏଥର ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ପ୍ରାୟ 5.76 କୋଟି ଲୋକ ଆର୍ଲି ଭୋଟିଂ (ପୂର୍ୱରୁ ଭୋଟ ଦେବା) ସିଷ୍ଟମ ଜରିଆରେ ମତଦାନ ଦିନ ପୂର୍ୱରୁ ହିଁ ଭୋଟ ଦେଇସାରିଥିଲେ। ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଏଥର ଆର୍ଲି ଭୋଟିଂର ପରିସଂଖ୍ୟାନ 2022 ମିଡ୍ଟର୍ମ ର୍ନିବାଚନକୁ ପଛରେ ପକାଇ ଦେଇଛି। 2022 ମସିହାରେ 4.59 କୋଟି ଲୋକ ଆର୍ଲି ଭୋଟିଂ ସିଷ୍ଟମ ଜରିଆରେ ମତଦାନ କରିଥିଲେ।ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ୍ ପରାଜୟ ମୁହାଁ ହୋଇଛି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡେମୋକ୍ରାଟମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଆମେରିକାର ସିନେଟ୍ ନିର୍ବାଚନ କଥା କହିବାକୁ ଗଲେ, ଏଠାରେ ଡେମୋକ୍ରାଟ୍ମାନେ ୫୧ଟି ଆସନରେ ଆଗୁଆ ରହିଥିବା ବେଳେ ରିପବ୍ଲିକାନ୍ମାନେ ୩୯ଟି ଆସନରେ ଆଗୁଆ ଅଛନ୍ତି। ଫଳରେ ସିନେଟରେ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି |ଆମେରିକା କଂଗ୍ରେସ ଓ ରାଜ୍ୟସ୍ତରୀୟ ପଦବୀ ପାଇଁ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ଭାରତୀୟ-ଆମେରିକୀୟ ନେତା ସୁହାସ ସୁବ୍ରମଣ୍ୟମ, ଅରୁଣା ମିଲର ପୁନଃ ନିର୍ବାଚିତ ହୋଇଥିବା ବେଳେ ଶିକ୍ଷାବିତ୍ ପିଆ ଦାଣ୍ଡିୟା ନୂଆ ଇତିହାସ ରଚନା କରିଛନ୍ତି।