ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର । ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ।ଝିଅ ଶୁଭଶ୍ରୀ ମହାପାତ୍ର ମୁଖାଗ୍ନି ଦେଇଥିବା ବେଳେ ରାଷ୍ଟ୍ରୀୟ ସମ୍ମାନ ସହ ବିଦାୟ ଦିଆଯାଇଛି ଏହି ମହାନ ଚିକିତ୍ସକଙ୍କୁ । ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କର ଶେଷ ଦର୍ଶନ କରିବା ସହ ବହୁ ବରିଷ୍ଠ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।୧୯୫୨ରେ ଜନ୍ମିତ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର ଏମ୍ବିବିଏସ୍ ପଢ଼ି ଗୋଲ୍ଡ ମେଡାଲ ପାଇବା ପରେ ଗାଁ ଓ ଘରର ନାଁ ଉଜ୍ୱଳ କରିଥିଲେ । ୨୦୧୨ ମସିହାରେ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ଅନୁରୋଧ କ୍ରମେ ଭୁବନେଶ୍ୱର ଆସି ଏମ୍ସ ପ୍ରତିଷ୍ଠା କରିଥିଲେ । ପରେ ଜଗାବଳିଆଙ୍କ ଯୋଡ଼ା ମୁଣ୍ଡ ଅଲଗା କରି ଚର୍ଚ୍ଚାକୁ ଆସିଥିଲେ ।