ଆଜିଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ

ଆଜିଠୁ ଆହୁରି ବଢ଼ିବ ବର୍ଷା । ଆସନ୍ତା ୧୨ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି ।କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।ବାଲେଶ୍ୱର,ଭଦ୍ରକ,ଯାଜପୁର,ସୁନ୍ଦରଗଡ଼, ଦେବଗଡ଼,ଅନୁଗୁଳ, ଢେଙ୍କାନାଳ,ନୂଆପଡ଼ା,କଳାହାଣ୍ଡି,କନ୍ଧମାଳ,ନବରଙ୍ଗପୁର,ରାୟଗଡ଼ା,କୋରାପୁଟ,ମାଲକାନଗିରି,ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ ଜିଲ୍ଲାର ତାଳଚେରରେ ସର୍ବାଧିକ ୮ ସେମି ବର୍ଷା ହୋଇଛି। ଆଗାମୀ କିଛି ଦିନ ଯାଏଁ ବର୍ଷାର ପ୍ରଭାବ ଜାରି ରହିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ଅନୁରୋଧ କରିଛି ।