ସ୍ୱର୍ଗତ ଶିକ୍ଷାବିତ ଦ୍ୱିତୀକୃଷ୍ଣ ସାରଙ୍କ ସ୍ମୃତିଚାରଣ ସଭା

ଗଣିଆ (ବିଶ୍ୱରଞ୍ଜନ ସେଠି ) ଗୁରୁଙ୍କ ଆଦର୍ଶ ଶିକ୍ଷା ଓ ଭାର୍ଗ ଦର୍ଶନ ସଦସସର୍ବଦା ଶିଷ୍ୟଙ୍କ ଜୀବନରେ ଅମର ହୋଇ ରହେ । ପରମ ପୁଜ୍ୟ ଦ୍ୱିତୀକୃଷ୍ଣ ସାରଙ୍କ ଅମର ଆତ୍ମାର ଶାନ୍ତି ଓ ତାଙ୍କର ନିଷ୍ଠାପର ଜୀବନ ଦର୍ଶନକୁ ସ୍ମରଣ କରିବା ପାଇଁ ଗୁରୁବାର ସନ୍ଧ୍ୟାରେ ତାଙ୍କ ଗଣିଆ ଗ୍ରାମର ପାଟଣାସାହିସ୍ଥିତ ବାସଭବନରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସାରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ ସାରଙ୍କ ଦିବ୍ୟ ଆତ୍ମାର ଶାନ୍ତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା ସହକର୍ମୀ, ଛାତ୍ରଛାତ୍ରୀ, ପରିବାର ବର୍ଗ, ଶୁଭେଛୁ ଓ ଗ୍ରାମବାସୀମାନଙ୍କ ଦ୍ୱାରା ସ୍ମୃତି ସମାଜ ସେବାର ନିବୃତଥିବା କଥାକୁ ସମସ୍ତେ ସ୍ମରଣ କରିଥିଲେ ।

ସ୍ୱର୍ଗତ ଦକ୍ୱିତୀକୃଷ୍ଣ ସାରଙ୍କ ଭୌତିକ ଶରୀର ଆଉ ଆମ ପାଖରେ ନାହିଁ କିନ୍ତୁ ତାଙ୍କର ଆଦର୍ଶ ସ୍ମୃତି ସଦା ସର୍ବଦା ଆମ ପାଖରେ ଜୀବତ ରହିବ । ଦ୍ୱିତିୀକୃଷ୍ଣ ସାର କେବଳ ଜଣେ ଶିକ୍ଷକ ନଥିଲେ । ସେ ଆମର ମାର୍ଗଦର୍ଶକ, ଜିବନ ଗଢିବାର କାରିଗର ଥିଲେ । ତାଙ୍କର ସରଳ ବ୍ୟକ୍ତିତ୍ୱ ମୁର୍ହର ସ୍ନେହପୁର୍ଣ୍ଣ ହସ ଓ ସମସ୍ତଙ୍କୁ ଆପଣାର କରିବାର ଗୁଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା । ତାଙ୍କର ଅନୁଶାସନ ଶିକ୍ଷାଦାନର ସହଜ ଧାରା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ତ୍ୟାଗ ଅତୁଳନୀୟ । କେବଳ ସେତିକି ନୁହେଁ ଗଣିଆ ବିରାଜିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ନିର୍ମାଣ ଓ ପ୍ରତିଷ୍ଠାରେ ତାଙ୍କ ଅବଦାନ ଅତୁଳନୀୟ । ସେ ମନ୍ଦିର ମୁଖ୍ୟ ଟ୍ରଷ୍ଟିଭାବେ ତାଙ୍କର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲେ । ସେ ଥିଲେ ଗଣିଆ ରାମଲୀଳା ନାଟକର ନୃତ୍ୟ ଗୁରୁ ଭାବେ ବହୁ ଶିଷ୍ୟଙ୍କୁ ସୃଷ୍ଟି କରିଥିଲେ । ଉକ୍ତ ସ୍ମୃତି ଚାରଣ ସଭାରେ ରଘୁନାଥ ଜୀଉ ମନ୍ଦିରର ସଂପାଦକ ଆନନ୍ଦ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ଉଦ୍ୟନାଥ ସାହୁ, ଶିକ୍ଷାବିତ ଦୁର୍ଯ୍ୟୋଧନ ସାହୁ, ବାମନ ଚରଣ ବାରିକି, ସୁରେଶ ଚନ୍ଦ୍ର ବେହେରା, ଶ୍ରୀରାମ ଦୟା ପରିଷଦର ସଂପାଦକ ସାନୁଜରାମ ମିଶ୍ର, କର୍ପର ମଠର ମହନ୍ତଙ୍କ ସମେତ ଗଣିଆ ମଧୁବୈଶ୍ୟ ସମାଜର କର୍ମକର୍ତା ଓ ଗଣିଆ ଅଂଚଳର ଶତାଧିକ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।