ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ମୈଦାନକୁ ଓହ୍ଲାଇବେ ନବୀନ
ଆଜିଠୁ ବିଜେଡିର ଜନସଂପର୍କ ପଦଯାତ୍ରା । ମାସେବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବ ବିଜୁ ଜନତା ଦଳ । ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଚାଲିବ ଏହି ଅଭିଯାନ । ପାର୍ବଣ ସମୟକୁ ବାଦ୍ ଦେଇ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ପଦଯାତ୍ରା ଓ ଜନସମ୍ପର୍କ କାର୍ଯ୍ୟକ୍ରମ କରାଯିବ ।ଏମ୍ଏମ୍ଡିଆର ସଂଶୋଧନ ବିଲ୍ ସମେତ ଆଇନଶୃଙ୍ଖଳା, କୃଷକ ସମସ୍ୟା ନାରୀ ନିର୍ଯ୍ୟାତନାକୁ ଅସ୍ତ୍ର କରିବ ଦଳ।ପଦଯାତ୍ରା ଜରିଆରେ ତୃଣମୂଳ ସ୍ତରକୁ ଯିବା ସହ ଜନମତ ସୃଷ୍ଟି କରିବା ଲକ୍ଷ୍ୟରେ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଏବଂ ଅକ୍ଟୋବର ୧୧ରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳନ କରିବାକୁ ମଧ୍ୟ ବିଜେଡି କହିଛି । ସ୍ଥାନୀୟ ନିର୍ବାଚନମଣ୍ଡଳୀ ନେତୃତ୍ୱ ପଦଯାତ୍ରାର ପ୍ରତ୍ୟକ୍ଷ ପରିଚାଳନା କରିବେ । ଜିଲ୍ଲା ସଭାପତି ଓ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଏହାର ତଦାରଖ କରିବେ ।