ପୂଜା ପୂର୍ବରୁ ହେବ ବନ୍ୟା କ୍ଷୟକ୍ଷତି ଆକଳନ, ୧୦ରେ ମିଳିବ କ୍ଷତିପୂରଣ
ପୂଜା ପୂର୍ବରୁ ବର୍ଷା-ବନ୍ୟା ଜନିତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ଆସନ୍ତା ୧୦ ତାରିଖ ସୁଦ୍ଧା କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେସ୍ ପୂଜାରୀ।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରୀ ଅଧିକାରୀଙ୍କ ଅବହେଳାକୁ ଅକ୍ଷମଣୀୟ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଆଶା, ଅଙ୍ଗନୱାଡି, ଏନଡିଆରଏଫ, ଓଡ୍ରାଫ ସମେତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ ୨୬୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାକୁ ୨୦ କୋଟି ଟଙ୍କା ଦିଆଯାଇଛି। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ଶୀଘ୍ର ବାକି କ୍ଷତିପୂରଣ ଯୋଗାଇ ଦିଆଯିବ।