ମୃତ୍ୟୁ ସହ ୬ ଦିନର ସଂଘର୍ଷ ପରେ ଆଖି ବୁଜିଲେ ଜଣାଶୁଣା ବ୍ୟଙ୍ଗ କବି ଆର୍ତ୍ତତ୍ରାଣ ମିଶ୍ର, ଅଞ୍ଚଳରେ ଶୋକରଛାୟା
ଗଣିଆ ( ବିଶ୍ୱରଂଜନ ସେଠି ): ୬ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରିବା ପରେ ସବୁଦିନ ପାଇଁ ଚିରନିଦ୍ରାରେଶୋଇପଡ଼ିଛନ୍ତି ସମସ୍ତଙ୍କର ପ୍ରିୟ ବ୍ୟଙ୍ଗ କବି ଆର୍ତ୍ତତ୍ରାଣ ମିଶ୍ର। ଗତ ୨୬ ତାରିଖ ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ସେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିଚିତ ହେଉଥିଲେ । ଗଣିଆ ବ୍ଲକ୍ ତଥା ନୟାଗଡ଼ ଜିଲ୍ଲା ଓ ଓଡ଼ିଶାର ଏହି ଲୋକପ୍ରିୟ କଳାକାରଙ୍କର ଗୁରୁବାର ବିଳମ୍ବିତ ରାତି ୧୧ଘ . ୪୦ମିରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।ଓଟିଭିରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ‘ଦି ଗ୍ରେଟ୍ ଓଡ଼ିଶା ପଲଟିକାଲ ସର୍କସ’ ଘରେ ଘରେ ପରିଚିତ ହୋଇଥିବା ସେ ଜଣେ ସଫଳ କଳାକାର ଭାବେ ସେ ନିଜର ଅପୂର୍ବ ଅଭିନୟ ଓ ବ୍ୟଙ୍ଗ କବିତା ମାଧ୍ୟମରେ ପରିଚିତ ଥିଲେ। ଗାଁ ଠାରୁ ଆରମ୍ଭ କରି ବିଭିନ୍ନ ଜାଗାରେ ସେ ଉପନ୍ୟସ, ନାଟକ ଓ ନାଟକ ନିର୍ଦେଶନା ଦେଇ ନିଜ କଳା ଜରିଆରେ ସମସ୍ତଙ୍କ ମୁହଁରେ ହସ ଫୁଟାଉଥିବା ଏହି କଳାକାରଙ୍କର ଏଭଳି ଅକାଳ ବିୟୋଗକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।ତାଙ୍କ ମୃତ୍ୟୁରେ ନୟାଗଡ଼ ଜିଲ୍ଲା ତଥା ଓଡ଼ିଶା କଳାକାର ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି ତାଙ୍କ ବିୟୋଗରେ ଅଞ୍ଚଳବାସୀ ଗଭୀର ମର୍ମାହତ ହୋଇଛନ୍ତି।ମୃତ୍ୟୁ ପରେ ତାଙ୍କ ପରିବାର ଓ ଅଂଚଳବାସୀଙ୍କ ମନରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି। ତାଙ୍କର ଦୁଇ ପୁଅ ଓ ଧର୍ମପତ୍ନୀଙ୍କ ଆଖିରୁ ଅସୁମାରୀ ଲୁହ ଶୁଖୁନଥିବାବେଳେ ପରିବାର ତଥା ଆତ୍ମୀୟ ସୋଜନ ମାନେ ସହାନୁଭୂତି ଦେଉଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖଦ ସମୟରେ ତାଙ୍କ ପରିବାରକୁ ଅସୀମ ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ଏହା ହ୍ନି ଆମ୍ଭ HRTV ODIA ଚାନେଲ ମାଧ୍ୟମରେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।