ହାଇକୋର୍ଟରେ ବିଚାରପତି ପଦବୀ ପୂରଣ ଦାବିରେ ଓକିଲଙ୍କ ପଦଯାତ୍ରା

ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପୂରଣ ହେଉନି ବିଚାରପତି ପଦବୀ । ହାଇକୋର୍ଟରେ ୩୩ ଜଣ ବିଚାରପତି ରହିବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ମାତ୍ର ୧୫ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି । ଆସନ୍ତା ନଭେମ୍ବରରେ ଆଉ ୨ ଜଣ ବିଚାରପତି ଅବସର ନେବେ । ଫଳରେ ବିଚାରପତିଙ୍କ ସଂଖ୍ୟା ଆହୁରି କମିବାକୁ ଯାଉଛି ।ତେବେ  ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦବୀ ତୁରନ୍ତ ପୂରଣ ଦାବିରେ  ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱର କ୍ଲବ୍ଠାରୁ ଲୋକସେବା ଭବନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରାଯାଇଛି।ପଦଯାତ୍ରା ପରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଓଡ଼ିଶାର ରାଜ୍ୟପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ଖାଲି ପଡ଼ିଥିବା ସମସ୍ତ ବିଚାରପତି ପଦବୀ ତୁରନ୍ତ ପୂରଣ କରିବା ସହ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ ଆଧାରରେ ଆଇନ ମନ୍ତ୍ରଣାଳୟ ଶୀଘ୍ର ନିଷ୍ପତ୍ତି ନେବାକୁ ଦାବି କରାଯାଇଛି।ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଓଡ଼ିଶାରେ ୧.୭ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି । ମଞ୍ଜୁରିପ୍ରାପ୍ତ ବିଚାରପତି ସଂଖ୍ୟାର ଅଧାରୁ ଅଧିକ ପଦବୀ ଖାଲି ରହିବା ଯୋଗୁଁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ପ୍ରଭାବିତ ହେଉଥିବା