ପ୍ରଫୁଲ ସାହିତ୍ୟ ଉତ୍ସବ ଉଦଘାଟି

ତଜଗତସିଂହପୁର ତା.1/10/26 ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡିଶାଗଡ଼ସ୍ଥିତ ପ୍ରଫୁଲ୍ଲ ପାଠାଗାର ପରିସରରେ ସ୍ବର୍ଗତ ଅନ୍ନପୂର୍ଣ୍ଣା ଦାଶଙ୍କ ସ୍ମୃତିରେ ଶିକ୍ଷାବିତ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆଁ ସାହିତ୍ୟ ଉତ୍ସବର ଆୟୋଜିତ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ କୋଲକତା ସାହିତ୍ୟ ଏକାଡେମୀର ଆଞ୍ଚଳିକ ମୁଖ୍ୟ ମିହିର କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ I ମୁଖ୍ୟ ବକ୍ତା ପ୍ରଫେସର ଗୌରାଙ୍ଗ ଚରଣ ଦାସଙ୍କ ଦ୍ୱାରା ସାରଳା ଦାସଙ୍କ ଉପରେ ସମ୍ପାଦିତ ସାରଳା ମହାଭାରତ ପୁସ୍ତକ ଏବଂ ଅମୁଲ୍ୟ କୃଷ୍ଣ ମିଶ୍ରଙ୍କ ଦ୍ୱାରା ରଚିତ ନାଟକ ଜୟୀରାଜ ଗୁରୁ ଉନ୍ମୋଚିତ ହୋଇଥିଲା I ଆଦି କବି ସାରଳା ଦାସଙ୍କ ମହାଭାରତ ରେ ସାମାଜିକତା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା I ଏହି ଆଲୋଚନା ଚକ୍ର ରେ ଆଲୋଚକ ପ୍ରସନ କୁମାର ଦାସ, ଡକ୍ଟର ଶରତ ମହାରଣା ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ଉପସ୍ଥିତ ସାହିତ୍ୟନୁରାଗି ମାନଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସଂଚାଳିତ ହୋଇଥିଲା |ଏହା ପରେ ରାଜ୍ୟସ୍ତରୀୟ କବି ମାନଙ୍କୁ ନେଇ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହେମନ୍ତ କୁମାର ରଥ ମୁଖ୍ୟ ବକ୍ତା ଡକ୍ଟର ବିଜୟ କୁମାର ବିଶ୍ୱାଳ, ସମ୍ମାନନୀୟ ବକ୍ତା ବିଜୟ କୁମାର ପତି, ବଂଶୀଧର ଆଚାର୍ଯ୍ୟ, ଯୋଗ ଦେଇଥିଲେ I କବିତା ଗୁଡିକୁ ଡକ୍ଟର ଶରତ ମହାରଣା ସମୀକ୍ଷା କରିବା ସହ ଗଣେଶ ମହାନ୍ତି ସଂଯୋଜନା କରିଥିଲେ I ଏଥି ସହିତ ସ୍କୁଲ ସ୍ତରୀୟ ଏକ ବିଜ୍ଞାନ ପ୍ରଦର୍ଶନୀକୁ ପ୍ରଜ୍ଞା ମିଶ୍ର ସଂଯୋଜିତ କରିଥିଲେ |ଏହି କାର୍ଯ୍ୟକ୍ରମରେ ଉତ୍କଳ ରଞ୍ଜନ ମହାନ୍ତି, ଅମୁଲ୍ୟ ମିଶ୍ର, ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ I ଶେଷରେ ପାଠାଗାର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ Iଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ