୧୫ରେ ଛାତ୍ର ସଂସଦ ନିର୍ବାଚନ, ୨ ଦିନ ମଧ୍ୟରେ ଘୋଷଣା
୧୫ରେ ଛାତ୍ର ସଂସଦ ନିର୍ବାଚନ, ୫ ଦିନ ମଧ୍ୟରେ ଘୋଷଣା । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।ଯଦି ସବୁ ଠିକଠାକ ରୁହେ ତେବେ ଅକ୍ଟୋବର ୧୪ କିମ୍ବର ୧୫ରେ ସାରା ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ କରିବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇପାରନ୍ତି ଏହା ଠିକ ୧୦ ଦିନ ପୂର୍ବରୁ ଅର୍ଥାତ ଅକ୍ଟୋବର ୫ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି।ନିର୍ବାଚନ କେବଳ ସରକାରୀ କଲେଜଗୁଡ଼ିକରେ ହେବ ନା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ପୂର୍ବ ପରି କରାଯିବ, ତାହା ଚୂଡ଼ାନ୍ତ ହୋଇପାରି ନାହିଁ । ୮ ବର୍ଷ ପରେ କ୍ୟାମ୍ପସ୍ରେ ନିର୍ବାଚନ ହେବା ନେଇ ଆଶା ଉଜ୍ଜ୍ବଳ ହୋଇଛି । ତେଣୁ କେବଳ ସରକାରୀ କଲେଜରେ ସୀମିତ ରଖିବାକୁ ମତପ୍ରକାଶ ପାଇଛି । କିନ୍ତୁ ଏପରି ହେଲେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ଛାତ୍ର ଅଶାନ୍ତି ହେବାର ଆଶଙ୍କା ରହିଛି ।ନିର୍ବାଚନ କେବଳ ସରକାରୀ କଲେଜଗୁଡ଼ିକରେ ହେବ ନା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ପୂର୍ବ ପରି କରାଯିବ, ତାହା ଚୂଡ଼ାନ୍ତ ହୋଇପାରି ନାହିଁ । ୮ ବର୍ଷ ପରେ କ୍ୟାମ୍ପସ୍ରେ ନିର୍ବାଚନ ହେବା ନେଇ ଆଶା ଉଜ୍ଜ୍ବଳ ହୋଇଛି । ତେଣୁ କେବଳ ସରକାରୀ କଲେଜରେ ସୀମିତ ରଖିବାକୁ ମତପ୍ରକାଶ ପାଇଛି । କିନ୍ତୁ ଏପରି ହେଲେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ମଧ୍ୟ ଛାତ୍ର ଅଶାନ୍ତି ହେବାର ଆଶଙ୍କା ରହିଛି ।ପୂର୍ବରୁ ଛାତ୍ରସଂସଦ ନିର୍ବାଚନ ଦଶହରା ପୂର୍ବରୁ ହେଉଥିଲା । ଫଳରେ ନିର୍ବାଚନ ତିକ୍ତତା ପୂଜା ଛୁଟିରେ ହଜି ଯାଉଥିଲା । ଛୁଟି ଖୋଲିବା ମାତ୍ରେ ପୁଣି ସମସ୍ତେ ମିଳିମିଶି ନୂଆ ଛାତ୍ରନେତାଙ୍କୁ ନେଇ ଛାତ୍ର ସଂସଦ , ନାଟ୍ୟ ସଂସଦ ସମେତ ବିଭିନ୍ନ ସଂସଦର ବାର୍ଷିକ ଉତ୍ସବ ପାଳନ କରୁଥିଲେ । ତେବେ ଚଳିତବର୍ଷ ଦଶହରା ଛୁଟିକୁ ଆଉ ୧୫ଦିନ ରହିଲା । ଏତିକିଦିନରେ ନିର୍ବାଚନ ପ୍ରସ୍ତୁତି କରିବା ଯଦିଓ କାଠିକର ପାଠ ତଥାପି କ୍ୟାମ୍ପସ ରାଜନୀତି ଜୋର ଧରିବାରେ ଲାଗିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ଠୁ ନେଇ ଛାତ୍ର ବିଜେଡି, ଛାତ୍ର କଂଗ୍ରେସ ପ୍ରମୁଖ ଛାତ୍ର ସଙ୍ଗଠନ ନିଜ ନିଜ ପତିଆରା ଜାହିର କରିବାକୁ କସରତ ଆରମ୍ଭ କରିସାରିଛନ୍ତି ।୨୦୨୪ରେ ନୂଆ ସରକାର ଆସିବା ପରେ ମଧ୍ୟ ନିର୍ବାଚନ ପୁନର୍ବାର କରିବା ନେଇ ଘୋଷଣା ହୋଇଥିଲା । ଏବେ ଉଚ୍ଚଶିକ୍ଷା ମନ୍ତ୍ରୀ ବିଭାଗୀୟ ସୁପାରିଶ ମାଗିଥିବା ଏବଂ ନିର୍ବାଚନ ପୁନର୍ବାର କରିବା ପାଇଁ ବିଭାଗ ପ୍ରସ୍ତୁତ ଥିବା କହିଛନ୍ତି ।