ଭିଆର୍‌ଏସ୍‌ ନେବେ ଓଇଝ ଆର୍‌.ଏସ୍‌. ଗୋପାଳନ

ଭିଆର୍‌ଏସ୍‌ ନେବେ ଓଇଝ ଆର୍‌.ଏସ୍‌. ଗୋପାଳନ । ଭିଆର୍‌ଏସ୍‌ ପାଇଁ ସେ ଆବେଦନ କରିଥିବା ସୂଚନା ଦେଇଛନ୍ତି।ଶାରୀରିକ ଅସୁସ୍ଥତା ଏବଂ କେତେକ ବ୍ୟକ୍ତିଗତ କାରଣ ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।ତାମିଲନାଡ଼ୁ ବାସିନ୍ଦା ଶ୍ରୀ ଗୋପାଳନ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ। ୨୦୦୧ ବ୍ୟାଚର ଏହି ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି। ଆର. ଏସ. ଗୋପାଳନ ପ୍ରାୟ ଦୁଇ ବର୍ଷ ହେବ ଓଡ଼ିଶାର ସିଇଓ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏହା ସହିତ ସେ ଅବକାରୀ ବିଭାଗର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ସେ ୨୦୨୮ ଜୁଲାଇ ମାସରେ ଚାକିରିରୁ ଅବସର ନେଇଥାନ୍ତେ। ନିଜ ଚାକିରି ସମୟ ପ୍ରାୟ ଦେଢ଼ ବର୍ଷ ବାକି ଥିବା ବେଳେ ସେ ଭିଆରଏସ ପାଇଁ ଆବେଦନ କରି ସମସ୍ତଙ୍କୁ ଚକିତ କରିଛନ୍ତି।କାହିଁକି ଅବସର ପୂର୍ବରୁ ନେଉଛନ୍ତି ଭିଆର୍‌ଏସ୍‌?କାର୍ୟ୍ୟଭାର ନା ମାନସିକ ଚାପ ସାଜୁଛି ମୁଖ୍ୟ କାରଣ?

ବାବୁଙ୍କ ଚାକିରି ମୋହ ତୁଟିବା ପଛରେ ବ୍ୟକ୍ତିଗତ କାରଣ ନା ଆଉ କିଛି?ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ନେଇ ଏବେ ଦେଶ ବ୍ୟାପୀ ବିରୋଧାଭାସ ଦେଖିବାକୁ ମିଳୁଛି ।ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରକୁ ନେଇ ବଢ଼ୁଛି ବିବାଦ

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ