ଲାଞ୍ଜିଗଡ ଓ ବିଶ୍ୱନାଥପୁର ଝାମୁଯାତ୍ରା ପରିଦର୍ଶନ କରି ମା ଙ୍କ ଆଶୀର୍ବାଦ ପାଇଁ ପ୍ରାଥନା କଲେ ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ରମେଶ ମାଝୀ

ଶେଖର ସୁମନ ଦାଶ : କଳାହାଣ୍ଡି ଜିଲ୍ଲ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ଓ ଲାଞ୍ଜିଗଡ ରେ ବଡ଼ ଧୁମ ଧାମ ରେ ପାଳିତ ହୋଇ ଯାଇ ଅଛି ଝାମୁଯାତ୍ରା ଉତ୍ସବ ଏହି ଅବସର ରେ ଲାଞ୍ଜିଗଡ ବିଧାୟକ ପ୍ରାଥୀ ରମେଶ ମାଝୀ, ବି. ଜେ ପି. ବିଶ୍ୱନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ଉପ ସଭାପତି ସୁନୀଲ ବାଗ, ସହ ପ୍ରଭାରୀ ସୁବାଷ ଅଗ୍ରୱାଲ, ଲାଞ୍ଜିଗଡ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ପ୍ରମୁଖ ଉଭୟ ବିଶ୍ୱନାଥ ପୁର ଓ ଲାଞ୍ଜିଗଡ ରେ ଅନୁଷ୍ଠିତ ହୋଇଥିବା ଝାମୁଯାତ୍ରା ରେ ଯୋଗ ଦେଇ ମା ଙ୍କ ଆଶୀର୍ବାଦ ନେବା ସହ ସେଠାକାର ଭକ୍ତ ଓ ପୂଜକ ମାନଙ୍କ ସହ ଆଲୋଚନା କରି ଅଞ୍ଚଳ ର ଭଲ ମନ୍ଦ ବିଷୟରେ କଥବାର୍ତ୍ତା କରିଥିଲେ ।

ଏହି ଝାମୁଯାତ୍ର ଟି ପ୍ରତ୍ୟେକ ବର୍ଷ ବଡ଼ ଧୁମ ଧାମ ରେ ପାଳିତ ହୋଇ ଥାଏ ଏହି ଅବସରରେ ମା ଙ୍କ ଆଶୀର୍ବାଦ ପାଇଁ ଭକ୍ତ ମାନେ ଜ୍ୱଳନ୍ତା ନିଆ ରେ ଚାଲି ଥାନ୍ତି ଓ ମାଙ୍କ ଆଶୀର୍ବାଦ ସକାଶେ ତିଳେ ମାତ୍ର କଷ୍ଟ ହୋଇ ନ ଥାଏ ଭକ୍ତ ମାନଂକୁ ଏବଂ ମା ଭକ୍ତ ମାନଙ୍କ ଦେହରେ ମଧ୍ୟ ପ୍ରବେଶ କରି କଣ୍ଟା ଦୋଳି ରେ ଝୁଲିବା ମଧ୍ୟ ଦେଖିବାକୁ ମିଳି ଥାଏ । ଏହି ଝାମୁଯାତ୍ରା ରେ ବହୁ ଦୂର ଦୁରାନ୍ତ ରୁ ହଜାର ହଜାର ଭକ୍ତ ମାଙ୍କ ଆଶୀର୍ବାଦ ପାଇବା ପାଇଁ ମାନସିକ କରି ଆସିଥାନ୍ତି । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।