ରେଷ୍ଟୁରାଣ୍ଟରେ ଚାଲିଥିଲା ଜୁଆ ଓ ହୁକା ବାର୍, ସିଡିଏରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ

କଟକ ସିଡିଏରେ ବେଆଇନ ଜୁଆ ଓ ହୁକ୍କାବାର ଉପରେ ଚଢ଼ାଉ । କେଏମସି ଫୁଡ୍ ସେଫଟୀ ଟିମ୍, ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ରେଷ୍ଟୁରାଣ୍ଟ ଭିତରୁ ଦାମୀ ମଦ, ହୁକା, ଜୁଆ ଓ ବାସି ଖାଦ୍ୟ ଥିବା ଦେଖିବାକୁ ମିଳିଛି । ବିଶେଷ କରି ହୁକାରେ ବ୍ୟବହୃତ ନିକୋଟିନ୍ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ଥିଲା । ଏହାସହ ଜୁଆର କଏନ୍ ମଧ୍ୟ ରହିଥିଲା ।ଏହାସହ ଜୁଆର କଏନ୍ ମଧ୍ୟ ରହିଥିଲା । ଏହାପରେ ବିପୁଳ ପରିମାଣର ବାସି ଖାଦ୍ୟ ମଧ୍ୟ ଜବତ କରାଯାଇଛି । ବାସି ଚିକେନ ସହ ଭାତ ମଧ୍ୟ ଜବତ କରାଯାଇଛି । କେବଳ ରେଷ୍ଟୁରାଣ୍ଟ ପାଇଁ ଲାଇସେନ୍ସ ଥିବାବେଳେ ଏଭଳି ନିଶା କାରବାର ଓ ବାସି ଖାଦ୍ୟ ପାଇଁ ରେଷ୍ଟୁରାଣ୍ଟ କୁ ସିଲ୍ ସହ ୫ ହଜାର ଟଙ୍କା ଜରିମାନା କରାଯାଇଥିଲା ।ରେଷ୍ଟୁରାଣ୍ଟ କରିବା ପାଇଁ ହିଁ କେବଳ ଅନୁମତି ଥିବାବେଳେ ବେଆଇନ ଭାବେ କିଭଳି ନିକୋଟିନ୍, ମଦ ଓ ଅନ୍ୟ ଅବକାରୀ ଜିନିଷ ଗୁଡ଼ିକୁ ରଖିଥିଲେ ସେଥିପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ ବିଭାଗର ଅଧିକାରୀ । ତେବେ ସହରରେ ବେଆଇନ ହୁକ୍କାବାର, ଜୁଆ ଓ ଅନ୍ୟାନ୍ୟ ଅନିୟମିତତା ଉପରେ ପ୍ରଶାସନର ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି ।