ମେରଟ ନୀଳଡ୍ରମ ହତ୍ୟାକାଣ୍ଡ ମାମଲା, ମୁସ୍କାନ ଓ ସାହିଲ ଦୋଷୀ ସାବ୍ୟସ୍ତ
ଉତ୍ତରପ୍ରଦେଶ ମିରଟର ବ୍ରହ୍ମପୁରୀ କ୍ଷେତ୍ରରେ ସୌରଭ ରାଜପୁତଙ୍କୁ ହତ୍ୟା ପରେ ଶବକୁ କାଟି ଟୁକୁରା ଟୁକରା କରି ନିଳ ଡ୍ରମରେ ଠିକଣା ଲଗାଇବା ମାମଲାରେ ବୁଧବାର କୋର୍ଟଙ୍କ ରାୟ ଆସିଛି।ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମିଶ୍ର ଏହି ରାୟ ଶୁଣାଇଛନ୍ତି । ଉଭୟଙ୍କ ଦଣ୍ଡ ଆସନ୍ତା ୧୪ ଅକ୍ଟୋବରରେ ଘୋଷଣା କରାଯିବ ।ଏହି ମାମଲାରେ ୧୨୬ଟି ଶୁଣାଣି ହୋଇଥିବା ବେଳେ ୨୨ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ଜୁଲାଇ ୨୦୨୫ରେ ଟ୍ରାଏଲ୍ ଆରମ୍ଭ ହେବା ପରେ ପ୍ରାୟ ୧୩ ମାସ ଧରି କୋର୍ଟରେ ମାମଲାର ଶୁଣାଣି ଓ ଯୁକ୍ତିତର୍କ ଚାଲିଥିଲା । ସୌରଭଙ୍କ ପରିବାର ପକ୍ଷରୁ ଉଭୟ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରାଯାଇଛି । ଏବେ ସମସ୍ତଙ୍କ ନଜର ୧୪ ଅକ୍ଟୋବରରେ ହେବାକୁ ଥିବା ଦଣ୍ଡ ଘୋଷଣା ଉପରେ ରହିଛି।ଉଲ୍ଲେଖଯୋଗ୍ୟ ଯେ ସୌରଭ ରାଜପୁତ ୨୪ ଫେବୃଆରୀ ୨୦୨୫ରେ ଲଣ୍ଡନରୁ ଫେରିଥିଲା। କିଛି ଦିନ ପରେ ୩ ମାର୍ଚ୍ଚ ରାତିରେ ସୌରଭ କୁ ହତ୍ୟା କରିଦିଆଯାଇଥିଲା।
ପୋଲିସ ଅନୁସାରେ ମୁସ୍କାନ ହତ୍ୟା ପାଇଁ ସ୍ୱାମୀଙ୍କୁ କୌଣସି ପ୍ରକାରର ମାଦକ ପଦାର୍ଥ ଦେଇ ବେହୋସ କରିଥିଲା। ସୌରଭ ବେହୋସ ହେବା ପରେ ସାହିଲ ସହାୟତାରେ ମୁସ୍କାନ ବାରମ୍ବାର ଛୁରୀ ଭୁଷୀ ହତ୍ୟା କରିଥିଲା। ହତ୍ୟା ପରେ ସେମାନେ ଶବକୁ ଟୁକୁରା ଟୁକରା କରି ନିଳ ଡ୍ରମରେ ପୁରାଇ ସିମେଣ୍ଟରେ ସିଲ କରିଦେଇଥିଲେ। ପୋଲିସ ଅନୁସାରେ ଘଟଣା ପରେ ମୁସ୍କାନ ଓ ସାହିଲ ହିମାଚଳ ପ୍ରଦେଶ ଚାଲି ଯାଇଥିଲେ। ପୋଲିସ ସେମାନଙ୍କୁ ୧୮-୧୯ ମାର୍ଚ୍ଚ ୨୦୨୫ରେ ଗିରଫ କରିଥିଲା।କୋର୍ଟ ପୁରା ମକଦ୍ଦମାର ଶାନ୍ତିପୂର୍ଣ୍ଣ ଶୁଣାଣି କରିଛନ୍ତି ଓ ଏଥିରେ ଉଭୟ ପକ୍ଷଙ୍କୁ ଶୁଣିଛନ୍ତି। ଏହା ସହିତ ଉଭୟ ପକ୍ଷ ଦ୍ୱାରା ହାଜର କରାଯାଇଥିବା ସାକ୍ଷ୍ୟଙ୍କୁ ମଧ୍ୟ ଜେରା କରାଯାଇଥିଲା। ଏହା ପରେ ଏବେ ଦଣ୍ଡ ବିନ୍ଦୁ ଉପରେ ଶୁଣାଣି ହେବ।