ଅଙ୍ଗନବାଡି କେନ୍ଦ୍ରରେ ଆଙ୍ଗନ କି ଉତ୍ସବ

ଚକାମାଲ- ତା ୨୯. ୦୯ ଭାରତ ସରକାରଙ୍କ ନବମ ରାଷ୍ଟ୍ରୀୟ ପୋଷଣ କାର୍ଯ୍ୟକ୍ରମ ୨୦୨୬ ଆଜି ଚକାମାଲ ଅଙ୍ଗନବାଡି କେନ୍ଦ୍ରରେ ଆଙ୍ଗନ କି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଚକାମାଲ ଅଙ୍ଗନବାଡି କେନ୍ଦ୍ର କ ଓ ‘ଖ’ର କର୍ମୀ ପ୍ରତିମା ସୋରୀ ଓ ଡମତି ଦେଇଙ୍କ ତତ୍ୱାବଧାନ ରେ ଆଜି ଅଙ୍ଗନବାଡି କେନ୍ଦ୍ରର ସମସ୍ତ ଅଭିଭାବକ ଓ ଶିଶୁ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଭାଗ ନେଇଥିଲେ l ସରକାର ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ସେଵାକେନ୍ଦ୍ର ପରିସର ଭୁକ୍ତ ଗ୍ରାମର ପରିବାର ସଦସ୍ୟ ମାନଙ୍କ ଦ୍ୱାରା ପୋଷଣ ପିଠା, ସ୍ଥାନୀୟ ଭାବେ ଉପଲବ୍ଧ ଖାଦ୍ୟସାମଗ୍ରୀ ବ୍ୟବହାର କରି ବାପାମାନଙ୍କ ପାଇଁ ରେସିପି ପ୍ରତିଯୋଗିତା କରି ପ୍ରମାଣ ପତ୍ର ପ୍ରଦାନ କରାଯିବା ସହ ତ୍ରିରଙ୍ଗା ପ୍ଲେଟ ମଧ୍ୟାହ୍ନ ଭୋଜନ ମାଧ୍ୟମରେ ଭାତ, ଡାଲି, ସଜନା, ବାଇଗଣ, କଖାରୁ, ତମାଟୋ, କଦଳୀ, ଅଣ୍ଡା ତରକାରୀ,ଶାଗ, ଖଟା, ସାଲାଡ଼ ( କାକୁଡ଼ି, ଗାଜର, ତମାଟୋ, ପିଆଜ ) ପ୍ରସ୍ତୁତ କରି ସମସ୍ତ ଅଭିଭାବକ, ଅଙ୍ଗନବାଡି ଶିଶୁ, ଗର୍ଭବତୀ, ପ୍ରସୂତୀ ଅଦ୍ଵିକା ହିତାଧିକାରୀ, ଅଙ୍ଗନବାଡି ପରିଚାଳନା ସମିତିର ସମସ୍ତ ସଦସ୍ୟଙ୍କୁ ଖାଦ୍ୟ ପରୋଷା ଯାଇଥିଲା l

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ,ଅନାକାବେଡା ସରପଞ୍ଚ ଚନ୍ଦ୍ରିକା ମରେଇ,ସମ୍ମାନିତ ଅତିଥିଭାବେ ୱାର୍ଡ଼ ମେମ୍ବର, ହେମନ୍ତ ସୋରୀ, ଓ ବଳଭଦ୍ର ନାଗ, ମଧୁ ଛତ୍ରିଆ,ପାରେଶ୍ୱର ହଂସ,ପଦ୍ମନାଭ କଟା, ଗୋବିନ୍ଦ ହଂସ, , ଶୁକଧର ବାଘ, ମହେଶ୍ୱର ଛତ୍ରିଆ, ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ଆଜିର ଏହି ଆଙ୍ଗନ କି ଉତ୍ସବ କାର୍ଯ୍ୟକ୍ରମରେ ଦୁଇଟି ଅଙ୍ଗନବାଡିକେନ୍ଦ୍ରର କର୍ମୀ ସମେତ ଦୁଇଜଣ ଆଶାକର୍ମୀ ଯଥା ଲଳିତା ଦେଇ, ଜୟମଣୀ ନାଗ, ଅଙ୍ଗନବାଡି ସହାୟିକା ପିଲାବାଇ ହଂସ, ଚଞ୍ଚଳା ହଂସ ଙ୍କୁ ଅଭିଭାବକ ମଞ୍ଚ ତରଫରୁ ସମ୍ମାନିତ କରଯାଇଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ଅଭିଭାବକ ତଥା ଶିଶୁ ମାନଙ୍କ ବାପା ମାନଙ୍କୁ ଯଥା ଗିରିଧାରୀ ହଂସ, ତେଜରାଜ ହଂସ, କଇଲାସ ବଗର୍ତ୍ତି, ପ୍ରମୁଖ ଙ୍କୁ ରନ୍ଧନ ପ୍ରତିଯୋଗିତା ରେ ସଫଳତା ଆଣିଥିବା ନେଇ ପୁରସ୍କୃତ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମକୁ ଅରୁଣ ହଂସ, ଖମାରୁ ହଂସ, ଅଞ୍ଜଳି କଟା ସମେତ ଅନେକ ଲୋକ ପରିଚାଳନା କରିଥିଲେ l