ବିଶ୍ୱ ଜଳାତଙ୍କ ଦିବସ
ଗଣିଆ -(ବିଶ୍ୱରଞ୍ଜନ ସେଠି ) ବିଶ୍ୱ ଜଳାତଙ୍କ ଦିବସ – ୨୦୨୬ ଅବସରରେ ଗଣିଆ ପ୍ରାଣୀ ଚିକିତ୍ସଳାୟ ତରଫରୁ ଏକତା ହିଁ ଶକ୍ତି ବାର୍ତାତାକୁ ନେଇ ଜଳାତଙ୍କ ରୋଗର ଭୟାଭୟତା, ନିରାକରଣ ଓ ପ୍ରତିଷେଧକ ସଂପର୍କରେ ଗଣିଆ ବ୍ଳକର ୧୦ଗୋଟି ବିଦ୍ୟାଳୟରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଗତ ସୋମବାର ଓ ଅଜି ମଙ୍ଗଳବାର ଦୁଇଦିନ ଧରି ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଗଣିଆ ପ୍ରାଣୀଧନ ଚିକିତ୍ସାଳୟର ଭାରପ୍ରପ୍ତ ଅଧିକାରୀ ଡାକ୍ତର ସୃତି ତନୟା ମହାନ୍ତି ଓ ଡାକ୍ତର ରାକେଶ କୁମାର ସାହୁ ଗଣିଆ ବ୍ଳକର ୧୦ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଳାତଙ୍କ ରୋଗର ଲକ୍ଷଣ, ପ୍ରତିଷେଧକ ଓ ନିରାକରଣ ସଂପର୍କରେ ଆଲୋଚନା କରାଯାଇ ସଚେତନତା କରାଯାଇଥିଲା । ଏହି ରୋଗ ପାଗଳା କକୁର, ବିରାଡ଼ି, ମାଙ୍କଡ଼ ଆଦି ଜୀବମାନେ କାମୁଡ଼ିବା ହେଉ ଅବା ରାମ୍ପୁଡ଼ିବା ଦ୍ୱାରା ହୋଇଥାଏ । ଏହା ବିଶେଷ କରି ଛୋଟ ପିଲାଠାରୁ ଆରମ୍ଭ କରି କିଶୋର କିଶୋରୀମାନଙ୍କ ଠାରେ ଦେଖାଯାଇଥାଏ । ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ପାଟିରୁ ଲାଳ ଗଡ଼ିବା, ପାଣିକୁ ଦେଖିଲେ ଡରିବା, ଖଣ୍ଡିଆ ହୋଇଥିବା ଯାଗା ପୋଡ଼ିବା ଆଦି ଘଟିଥାଏ । ଏହି ରୋଗର ପ୍ରାଥମିକ ଚିକିତ୍ସା ହେଲା ଖଣ୍ଡିଆ ହୋଇଥିବା ଯାଗାକୁ ବୋହି ଯାଉଥିବା ଜଳରେ ୧୫ମିନିଟ ପର୍ଯ୍ୟନ୍ତ ସାବୁନରେ ଧୋଇବା । ପରେ ଡାକ୍ତରଙ୍କ ସହିତ ପରାମର୍ଶ କରି ପ୍ରତିଷେଧକ ଟୀକକରଣ କରାଇବା । ଏହି କାର୍ଯ୍ୟକ୍ରମ ଗଣିଆ ବ୍ଳକର ଗୁପ୍ତେଶ୍ୱର ବିଦ୍ୟାପୀଠ, ଛାମୁଣ୍ଡିଆ, ରାଜିଙ୍ଗି ଉଚ୍ଚ ବିଦ୍ୟାଳୟ, ରାଜିଙ୍ଗି, ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠ, ରାସଙ୍ଗ, ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ, ଗଣିଆ, ପଦ୍ମନାଭ ଉଚ୍ଚ ବିଦ୍ୟାଳୟ, ଆଡ଼କଟା, ନାରାୟଣପ୍ରସାଦ ଉଚ୍ଚ ବିଦ୍ୟାଳୟ, ନାରାୟଣପ୍ରସାଦ, ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ, କିଶୋରପ୍ରସାଦ ଆଦି ବିଦ୍ୟାଳୟଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।