ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା ଅନିୟମିତତା ଅଭିଯୋଗ: ପିଏମ୍ଓର ତଦନ୍ତ ନିର୍ଦ୍ଦେଶ
ଓଡ଼ିଶାରେ ପାଠ୍ୟପୁସ୍ତକରେ ତ୍ରୁଟି ଓ ବହି ଛପାରେ ଅନିୟମିତତା ଅଭିଯୋଗକୁ ନେଇ ହସ୍ତକ୍ଷେପ କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ।କିଛି ଦିନ ତଳେ ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ପାଇଁ ନୂଆ ବହି ଛପା ଯାଇଥିଲା । ଏହି ସବୁ ନୂଆ ବହିରେ ବହୁ ତ୍ରୁଟି ଥିବା ସାମ୍ନାକୁ ଆସିଥିଲା । ଯାହାପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ବିରୋଧୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଯାଏଁ ସମସ୍ତେ ସରକାରଙ୍କୁ ବହି ତ୍ରୁଟି ପ୍ରସଙ୍ଗରେ ଘେରିଥିଲେ । ଏବେ ଏହି ପ୍ରସଙ୍ଗରେ ଆସିଛି ନୂଆମ ମୋଡ଼। ରାଜ୍ୟରେ ହୋଇଥିବା ବହି ତ୍ରୁଟି ପ୍ରସଙ୍ଗରେ କୈଫତ ମାଗିଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ । ରାଜ୍ୟରେ ପାଠ୍ୟପୁସ୍ତକ ପ୍ରସ୍ତୁତି, ଛପା ଓ ବଣ୍ଟନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।