ବିମାନ ଉଡ଼ାଣରେ ଅଟୋପାଇଲଟ୍ ଗଡ଼ବଡ଼! ୯୬ MAX ବିମାନ ଉପରେ ପ୍ରଭାବ

ବିପଦରେ ଭାରତର ୯୬ ବିମାନ । ଅବତରଣ ବେଳେ ବନ୍ଦ ହୋଇପାରେ ଅଟୋପାଇଲଟ୍ ସିଷ୍ଟମ । Boeing 737 MAX ବିମାନର ଅଟୋପାଇଲଟ୍ ସିଷ୍ଟମରେ ସଫ୍ଟୱେର୍ ସମସ୍ୟା ଚିହ୍ନଟ ।ଭାରତରେ Air India Express ପାଖରେ ପ୍ରାୟ ୫୩ଟି ଏବଂ Akasa Air ପାଖରେ ୪୩ଟି Boeing 737 MAX ବିମାନ ରହିଛି । ଅର୍ଥାତ୍ ଦୁଇଟି ଏୟାରଲାଇନ୍ସର ପ୍ରାୟ ୯୬ଟି ବିମାନ ଏହି ସମସ୍ୟାର ସମ୍ଭାବ୍ୟ ପ୍ରଭାବ ମଧ୍ୟରେ ରହିଛି ।ରିପୋର୍ଟ ଅନୁସାରେ, ଏହି ସମସ୍ୟା ଲ୍ୟାଣ୍ଡିଂ ସମୟର ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଦେଖାଦେଇପାରେ । ବିଶେଷକରି ଯଦି ବିମାନର ଲ୍ୟାଣ୍ଡିଂ ବାତିଲ ହୋଇ ପୁଣିଥରେ ଅନ୍ୟ ରୁଟ୍‌ରେ ଯିବାକୁ ପଡ଼େ, ସେତେବେଳେ କକପିଟ୍ ସଫ୍ଟୱେର୍‌ ସମ୍ବନ୍ଧୀୟ ଗ୍ଲିଚ୍ ଯୋଗୁଁ ଅଟୋମେସନ୍ କମିଯାଇପାରେ । ତେବେ ଏହାର ଅର୍ଥ ବିମାନ ଉଡ଼ାଇବା ଅସମ୍ଭବ ହୋଇଯିବ ନାହିଁ । ପାଇଲଟ୍‌ମାନେ ମାନୁଆଲ୍ ଭାବେ ବିମାନ ନିୟନ୍ତ୍ରଣ କରିପାରିବେ । ଏହି ପରିସ୍ଥିତି ପାଇଁ ପୂର୍ବରୁ ସୁରକ୍ଷିତ ପ୍ରକ୍ରିୟା ରହିଥିବା କହିଛି ବୋଇଂ। ବୋଇଂ ପକ୍ଷରୁ କୁହାଯାଇଛି, ଗତ ମାସରେ ସମସ୍ତ ୭୩୭ ଅପରେଟରଙ୍କୁ ଏହି ସଫ୍ଟୱେର୍ ସମସ୍ୟା ବିଷୟରେ ଜଣାଇ ଦିଆଯାଇଛି । ଏହାର ସ୍ଥାୟୀ ସମାଧାନ ପାଇଁ ଏକ ସଫ୍ଟୱେର୍ ଅପଡେଟ୍ ଉପରେ କାମ ଚାଲିଛି ।