ଗଣିଆରେ ମଣ୍ଡଳ ସ୍ତରୀୟ ହିନ୍ଦୀ ଦିବସ ପାଳିତ

ଗଣିଆ, ( ବିଶ୍ୱରଂଜନ ସେଠି ): ଗଣିଆ ବ୍ଲକ ସ୍ଥିତ ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠ-ରାସଙ୍ଗ ପରିସରରେ ମଣ୍ଡଳ ସ୍ତରୀୟ ହିନ୍ଦୀ ଦିବସ ସମାରୋହସହ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠର ପ୍ରଧାନଶିକ୍ଷକ ସୁରେଶ ପ୍ରଧାନ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି (BRCC) ବିନୋଦିନୀ ପଣ୍ଡା ଯୋଗ ଦେଇ କରିଥିଲେ ଯେ, ହିନ୍ଦୀ ଭାଷା ଆମ ଦେଶର ବିବିଧତା ମଧ୍ୟରେ ଏକତା ରକ୍ଷା କରିବାରେ ଏକ ପ୍ରମୁଖ ସେତୁ ସଦୃଶ। ଭାରତର ସଂସ୍କୃତି ଓ ସାହିତ୍ୟକୁ ସମୃଦ୍ଧ କରିବାରେ ହିନ୍ଦୀର ଯୋଗଦାନ ଅତୁଲନୀୟ। ଅନ୍ୟମାନଙ୍କ ମଧ୍ୟରେ ସାମ୍ନାନୀତ ଅତିଥିଭାବେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର , ନିରାକାର ସ୍ୱାଇଁ, ଗଣିଆ ହିନ୍ଦୀ ଶିକ୍ଷକ ସଂଘର ଅଧକ୍ଷ ନବକିଶୋର ମହାରଣା ଓ ସଚିବ ସଞ୍ଜୟ କୁମାର ପରିଡା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗୋଦାବରୀଶ ବସନ୍ତିଆrଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଆରମ୍ଭରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ଅତିଥିମାନେ ହିନ୍ଦୀ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହଛାତ୍ରଛାତ୍ରୀଙ୍କ ପାଇଁ ହିନ୍ଦୀ ଶିକ୍ଷାର ଗୁରୁତ୍ୱ ଆଲୋଚନା କରିଥିଲେ। ଏହିଅବସରରେ ଛାତ୍ରଛାତ୍ରୀମାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ରାମଚନ୍ଦ୍ର ପ୍ରାଣବନ୍ଧୁ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ