୪ର୍ଥ ଓଡ଼ିଶା ଧ୍ୟାନ ମହାଯଜ୍ଞ’କୁ ଉଦଘାଟନ କଲେ,ଗଜପତି ମହାରାଜ ଦିବ୍ୟସିଂହ ଦେବ।
ପୁରୀ:-26/09/202 -ପ୍ରାଚୀନ ଭାରତର ଶିକ୍ଷାପଦ୍ଧତିରେ ଆଧ୍ୟାତ୍ମିକତା ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଥିଲା। ସେଥିପାଇଁ ଶାନ୍ତି, ସମୃଦ୍ଧି, ପ୍ରେମ, ସଦଭାବନା ପ୍ରସାରିତ ଥିଲା। ସୂକ୍ଷ୍ମ ଭଗବତ ଚେତନା ହିଁ ଆନନ୍ଦର ଭଣ୍ଡାର। ବସ୍ତୁବାଦୀରୁ ଆଧ୍ୟାତ୍ମିକ ଜୀବନକୁ ପାରିହେବାର ଉତ୍କୃଷ୍ଣ ମାଧ୍ୟମ ‘ଧ୍ୟାନ’। ଅନ୍ତଃକରଣ ଶୁଦ୍ଧ କରି ଧ୍ୟାନ କରିବା ଦ୍ବାରା ଶୁଦ୍ଧ ଚେତନାକୁ ଜାଗ୍ରତ କରିପାରିବ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ।ଧ୍ୟାନ ଯୋଗ ଟ୍ରଷ୍ଟ ପକ୍ଷରୁ ଟାଉନ ହଲ୍ରେ ଅନୁଷ୍ଠିତ ‘୪ର୍ଥ ଓଡ଼ିଶା ଧ୍ୟାନ ମହାଯଜ୍ଞ’କୁ ଉଦଘାଟନ କରି କହିଲେ, ଅନ୍ତଃକରଣରେ ଉଠୁଥିବା ‘ବାସ୍ନା’ ଅସ୍ଥିର ପବନ ପରି। ‘ମନ’ ସମୁଦ୍ରର ଉତ୍ତାଳ ତରଙ୍ଗ ପରି। ବାସ୍ନା ଦୂର ହେଲେ, ମନ ଶାନ୍ତ ହେଲେ ହିଁ ଶାନ୍ତି ଓ ଭଗବତ ପ୍ରାପ୍ତି ସମ୍ଭବ ହେବ। ଏଥିପାଇଁ ଧ୍ୟାନ ହିଁ ସର୍ବଶ୍ରେଷ୍ଠ ମାର୍ଗ। ଭଗବତ ପ୍ରାପ୍ତି ଲାଗି ଆମେ ମଣିଷ ଜନ୍ମ ପାଇ ‘ପାସପୋର୍ଟ’ ପାଇସାରିଛେ। ସଦଗୁରୁ ମିଳିଗଲେ ‘ଭିଜା’ ମିଳିବା ସଦୃଶ। ତେଣୁ ଏହି ମୂଲ୍ୟବାନ ଜୀବନରେ ଅନ୍ତଃକରଣ ଶୁଦ୍ଧ କରି ଧ୍ୟାନସ୍ଥ ହେଲେ ଭଗବତ ପ୍ରାପ୍ତିର ବାଟ ଉନ୍ମୁକ୍ତ ହେବ ବୋଲି କହିଛନ୍ତି ଗଜପତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଚିତ୍ତରଂଜନ ଦାସ ଅତିଥି ଭାବେ ଯୋଗଦେଇ କହିଲେ, ଆମେ ନିଜକୁ ବୁଝିବା ଓ ଅନ୍ୟକୁ ବୁଝାଇବା ଲାଗି ଧ୍ୟାନ ସବୋତ୍କୃଷ୍ଟ ମାର୍ଗ। ପୂର୍ବତନ ସିବିଆଇ ମହାନିର୍ଦ୍ଦେଶକ ଡି.ଆର କାର୍ତ୍ତିକେୟନ ଧ୍ୟାନ ଏବେ ଗ୍ଲୋବାଲ ମୁମେଣ୍ଟରେ ପରିଣତ ହେଲାଣି। ମାଂସାହାରୀ ହେବା ଦ୍ବାରା ମଣିଷ କିଭଳି ରୋଗଗ୍ରସ୍ତ ହେଉଛି, ତାହା ବିଜ୍ଞାନ ମଧ୍ୟ ପ୍ରମାଣ କରିସାରିଲାଣି। ତେଣୁ ଶାରୀରିକ, ଆଧ୍ୟାତ୍ମିକ ଓ ମାନସିକ ସ୍ବାସ୍ଥ୍ୟ ପାଇଁ ଧ୍ୟାନର ଆବଶ୍ୟକତା ରହିଛି ବୋଲି କହିଥିଲେ। ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ,ପିରାମିଡ ସ୍ପିରିଚୁଆଲ ସୋସାଇଟିଜ ମୁମେଣ୍ଟ (ପିଏସଏସଏମ)ର ସହ ପ୍ରତିଷ୍ଠାତ୍ରୀ ସ୍ବର୍ଣ୍ଣମାଳା ପତ୍ରୀ,ଧ୍ୟାନ ଯୋଗ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଈପସିତା ପୂଜାରୀ ପ୍ରମୁଖ ଯୋଗଦାନ କରି କହିଲେ, ସତ୍ୟରେ ତପସ୍ୟା, ଦ୍ବାପରରେ ସେବା, ତ୍ରେତୟାର ଯଜ୍ଞ ଓ କଳିରେ ଭଗବାନଙ୍କ ନାମ ଜପ ମୋକ୍ଷର ମାର୍ଗ। ନାମ ଜପରେ ସାର୍ଥକତା ଲାଗି ମନକୁ ବନ୍ଧନରୁ ମୁକ୍ତ କିରବା ନିତାନ୍ତ ଆବଶ୍ୟକ। ଏଥିପାଇଁ ଧ୍ୟାନ ଉତ୍କୃଷ୍ଣ ମାର୍ଗ ମତପ୍ରକାଶ କରିଥିଲେ। ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ