ବର୍ଷାରେ ଭାଙ୍ଗିଥିବା ଘରକୁ ମିଳିବ ତୁରନ୍ତ ସହାୟତା
ରାଜ୍ୟରେ ଲଗାଣ ବର୍ଷାରେ ଘର ଭାଙ୍ଗି ଅସହାୟ ହୋଇପଡ଼ିଥିବା ପରିବାରଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା । ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ଘରଗୁଡ଼ିକର କ୍ଷୟକ୍ଷତି ଆକଳନ କରାଯାଇ ଖୁବଶୀଘ୍ର ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଶୁକ୍ରବାର ସୂଚନା ଦେଇଛନ୍ତି ।ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗତ ୪ ଦିନର ଲଗାଣ ବର୍ଷା ଫଳରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରାୟ ୪୫ରୁ ୫୦ଟି ଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଭାଙ୍ଗିଯାଇଛି । କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ‘ଅନ୍ତଦ୍ୱୟ ଗୃହ ଯୋଜନା’ ଅଧୀନରେ ନୂତନ ଆବାସ ଯୋଗାଇ ଦିଆଯିବ । ବର୍ଷା କମିବା କ୍ଷଣି ମାତ୍ର ୫ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।