କଙ୍ଗୋରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୩ ସେନା ଅଧିକାରୀଙ୍କ ସମେତ ୧୪ ମୃତ

ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋରେ ବଡ଼ ଅଘଟଣ । ସାମରିକ ବିମାନ ଦୁର୍ଘଟଣାରେ ଚାଲିଗଲା ୧୪ ଜୀବନ । ମୃତକଙ୍କ ମଧ୍ୟରେ ରହିଛନ୍ତି ୩ ଜଣ ସେନା ଅଧିକାରୀ ।ହାଇ ମିଲିଟାରୀ କୋର୍ଟର ପ୍ରଥମ ସଭାପତି ଲେଫ୍ଟନାଣ୍ଟ ଜେନେରାଲ୍ ଜୋସେଫ୍ ମୁଟୋମ୍ବୋ କାଟାଲାୟି ଟିଏଣ୍ଡେ ଏବଂ ସଶସ୍ତ୍ର ବାହିନୀର ଅଡିଟର ଜେନେରାଲ୍ ଲେଫ୍ଟନାଣ୍ଟ ଜେନେରାଲ୍ ଲୁସିଏନ୍-ରେନେ ବାକୁମି ଲିକୁଲିଆଙ୍କ ମୃତ୍ୟୁ ହୋଇଛି । ଦୁଇ ଜେନେରାଲ୍ କିକ୍ୱିଟ୍ ରେ ଏକ ସରକାରୀ କାର୍ଯ୍ୟ ସାରି ଫେରୁଥିଲେ ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅବତରଣ ପାଇଁ ସୁରକ୍ଷିତ ସ୍ଥାନ ଖୋଜି ବିମାନଟି କିଛି ସମୟ ଆକାଶରେ ଘୂରିଥିଲା । ପରେ ପ୍ରାୟ ଦିନ ୨ଟା ୫ ମିନିଟ୍ ରେ ମାନଜାଓ ଅଞ୍ଚଳର ଏକ ଆବାସିକ ସ୍ଥାନରେ ଖସିପଡ଼ିଥିଲା । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କଙ୍ଗୋ ସେନା ଓ ଦେଶର ବିମାନ ଦୁର୍ଘଟଣା ତଦନ୍ତକାରୀ ସଂସ୍ଥା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ଫେଲିକ୍ସ ଶିସେକେଡି ମଧ୍ୟ ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।