ଖୋଲିଲା ହୀରାକୁଦର ଆଉ ୫ ଗେଟ୍, ମହାନଦୀରେ ବଢୁଛି ଜଳପ୍ରବାହ

ମହାନଦୀରେ ବଢୁଛି ଜଳପ୍ରବାହ, ଏହାରି ଭିତରେ ହୀରାକୁଦ ଡ୍ୟାମର ଆଉ ୫ ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ ୧୪ଟି ଗେଟ୍ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି । ବାମପାର୍ଶ୍ବରେ ୯ଟି ଗେଟ୍ ଏବେ ଡାହାଣ ପାର୍ଶ୍ବର ୫ଟି ଗେଟ୍ ଖୋଲା ରହିଛି ।ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଆଜି ଜଳସ୍ତର ୬୨୯.୫୬ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରରୁ ୧ ଲକ୍ଷ ୫୪ ହଜାରରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ୧ ଲକ୍ଷ ୪୧ ହଜାରରୁ ଅଧିକ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ଉପମୁଣ୍ଡରେ ବର୍ଷା ହେଲେ ଆହୁରି ଗେଟ୍ ଖୋଲିପାରେ ।ତେବେ ଏକାଥରକେ ଗେଟ୍ ସଂଖ୍ୟା ବଢ଼ିବା ପରେ ତଳମୁଣ୍ଡରେ ମହାନଦୀର ଜଳପ୍ରବାହ ଉପରେ ମଧ୍ୟ ନଜର ରହିଛି । ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ଜଳସ୍ତର ଓ ପ୍ରଶାସନର ପରବର୍ତ୍ତୀ ସୂଚନା ପ୍ରତି ସତର୍କ ରହିବାକୁ କୁହାଯାଇଛି ।