ୟୁପିଆଇ ଉପରେ ଏମଡିଆର ଶୁଳ୍କ ମାମଲା, ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ୟୁପିଆଇ କାରବାର ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ ବା ଏମଡିଆର ଶୁଳ୍କ ଲାଗୁ ନହେବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ତେବେ 

୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କେନ୍ଦ୍ର, RBI ଓ NPCIକୁ ଏହି ମାମଲାରେ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି । ୨ ହଜାର ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ MDR ଲାଗୁ କରିବା ସମ୍ପର୍କିତ ଅଧିସୂଚନାକୁ ଚ୍ୟାଲେଞ୍ଜ କରି ଅଞ୍ଜନ ଦତ୍ତ ନାମକ ଜଣେ ଆବେଦନକାରୀ PIL ଦାଖଲ କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ଏହି ବ୍ୟବସ୍ଥା ଆଣିବା ପୂର୍ବରୁ ଆବଶ୍ୟକ ଆଲୋଚନା ଓ ଆଇନଗତ ପ୍ରକ୍ରିୟା ପାଳନ କରାଯାଇନାହିଁ । ଏହା ଲାଗୁ ହେଲେ ଛୋଟ ବ୍ୟବସାୟୀମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିପାରେ ।UPI ପେମେଣ୍ଟରେ ଅତିରିକ୍ତ ଶୁଳ୍କ ଲାଗିଲେ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ପୁଣି ନଗଦ ପେମେଣ୍ଟ ପ୍ରତି ଚାହିଦା ବଢ଼ିପାରେ । ଏହା ଦେଶର ଡିଜିଟାଲ ପେମେଣ୍ଟ ଓ ଡିଜିଟାଲ ଅର୍ଥନୀତିକୁ ପ୍ରଭାବିତ କରିପାରେ । ତେବେ ଏହି ମାମଲାରେ ସୁପ୍ରିମକୋର୍ଟ ବର୍ତ୍ତମାନ ବ୍ୟବସ୍ଥା ଉପରେ ରୋକ ଲଗାଇନାହାନ୍ତି ।