ଶ୍ରୀ ଶ୍ରୀ ରଘୁନାଥ ଜୀଉ ମହାବିଦ୍ୟାଳୟରେ ‘ସେବା ପକ୍ଷ’ କାର୍ଯ୍ୟକ୍ରମ ଅନୁଷ୍ଠିତ ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ଓ ବୃକ୍ଷରୋପଣ ପାଇଁ ଶପଥ ଗ୍ରହଣ

ଗଣିଆ:(ବିଶ୍ୱରଂଜନ ସେଠି )ଭାରତ ସରକାରଙ୍କ ‘ମୋ ଭାରତ’ ନୟାଗଡ଼ ଏବଂ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ଶାଖାର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ‘ସେବା ପକ୍ଷ’ (ସେବା ପଷ୍ବାଡ଼ା) କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ସମାଜସେବା ପାଇଁ ପ୍ରେରିତ କରିଥିଲେ। ‘ମୋ ଭାରତ’ର ବ୍ଲକ୍ ପ୍ରୋଗ୍ରାମ ଅଫିସର ବାପୁନୁ ବେହେରା ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅର୍ଥଶାସ୍ତ୍ର ଅଧ୍ୟାପକ ରାକେଶ ବରାଡ଼ କାର୍ଯ୍ୟସୂଚୀ ପରିଚାଳନା କରିଥିଲେ।

ଏହି ଅବସରରେ ଏନ୍.ଏସ୍.ଏସ୍. ପ୍ରୋଗ୍ରାମ ଅଫିସର ଶର୍ମିଲା ଦାସ ଏବଂ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡା, ଇଂରାଜୀ ଅଧ୍ୟପାକ ଶ୍ରୀକାନ୍ତ କୁମାର ଷଡ଼ଙ୍ଗୀ, ଓଡ଼ିଆ ବିଭାଗର ମୁଖ୍ୟ ଶର୍ମିଲା ଦାସଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହ ସ୍ୱେଚ୍ଛାସେବୀମାନଙ୍କୁ ସକ୍ରିୟ ଯୋଗଦାନ ପାଇଁ ଉତ୍ସାହିତ କରିଥିଲେ। ମହାବିଦ୍ୟାଳୟର କର୍ମଚାରୀମାନେ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ।ମହାବିଦ୍ୟାଳୟ ପରିସରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ଏବଂ ଏକ ସବୁଜ-ସୁନ୍ଦର ପରିବେଶ ଗଠନ ପାଇଁ ବୃକ୍ଷରୋପଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଏକ ସୁସ୍ଥ ଓ ସବୁଜ ପରିବେଶ ନିର୍ମାଣ ଉଦ୍ଦେଶ୍ୟରେ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କରିବା ପାଇଁ ସମସ୍ତ ଉପସ୍ଥିତ ସଦସ୍ୟ ଶପଥ ପାଠ କରିଥିଲେ।