ଖାଦ୍ୟ ଅପମିଶ୍ରଣକୁ ନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର: ୨ ବର୍ଷରେ ୪୧୩ ମାମଲା
ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ହେଉଛନ୍ତି ସରକାର । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ । ଅପମିଶ୍ରିତ ପନିର ଓ ଛେନା ଚିହ୍ନଟ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଛି ।ଚଢ଼ାଉ ସମୟରେ କେବଳ କଟକରୁ ୭୧ କ୍ୱିଣ୍ଟାଲ ପନିର ଜବତ କରାଯାଇ ନଷ୍ଟ କରାଯାଇଛି । ସେହିପରି ନିଆଳିରେ ମଧ୍ୟ ଚଢ଼ାଉ କରାଯାଇ ଅପମିଶ୍ରଣକାରୀଙ୍କ ବିରୋଧରେ BNSର ଧାରା ୨୭୫, ୩୧୮ ଓ ୪୩୫ ଅନୁସାରେ ଏତଲା ରୁଜୁ ହୋଇଛି ।ଗତ ଦୁଇ ବର୍ଷରେ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ୯୫ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଏହି ସମୟ ମଧ୍ୟରେ ମୋଟ ୪୧୩ଟି ମାମଲା ରୁଜୁ ହୋଇଥିବା ବେଳେ ୭,୩୨୯ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି ।କେବଳ ଭୁବନେଶ୍ୱରରୁ ୨,୮୧୦ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।