ଭିଜିଲାନ୍ସ ଜାଲରେ ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର୍ସ ସହକାରୀ ନିର୍ଦ୍ଦେଶକ
ଭିଜିଲାନ୍ସ ଜାଲରେ ସହକାରୀ ନିର୍ଦ୍ଦେଶକ । ସମ୍ବଲପୁର ଫ୍ୟାକ୍ଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । ଆଜି (ମଙ୍ଗଳବାର) ସକାଳୁ ଏକାସାଙ୍ଗରେ ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାର ମୋଟ ୭ଟି ସ୍ଥାନରେ ଏହି ଜୋରଦାର ଚଢ଼ାଉ ଜାରି ରହିଛି । କେଉଁଠୁ ସମ୍ପତ୍ତି ଠୁଳ କଲେ ଖିଅ ଖୋଜୁଛି ଭିଜିଲାନ୍ସ ।ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଚଢାଉରେ ୮ ଜଣ ଡିଏସପି (DSP), ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇ (ASI) ଏବଂ ବହୁ ସଂଖ୍ୟାରେ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି ।ସେହିପରି ଉମାକାନ୍ତଙ୍କ ସମ୍ବଲପୁର ଧନକଉଡ଼ା ସନ୍ ସିଟି ଆପାର୍ଟମେଣ୍ଟର ଫ୍ଲାଟ୍, ଭୁବନେଶ୍ୱର ନନ୍ଦନ ବିହାରସ୍ଥିତ ଡୁପ୍ଲେକ୍ସ, ଜଟଣୀ ବାରକୁଡ଼ରେ ଥିବା କୋଠା, ପୁରୀ ବାଲିଗୁଆଳିରେ ଥିବା ୩ ମହଲା କୋଠା, ବାଲୁଗାଁରେ ଥିବା ଦୁଇଟି ୨ ମହଲା କୋଠା ଏବଂ ସମ୍ବଲପୁର କାର୍ଯ୍ୟାଳୟରେ ଯାଞ୍ଚ କରାଯାଉଛି। ଭିଜିଲାନ୍ସ ଟିମ୍ କଳା ସମ୍ପତ୍ତିର ଆକଳନ ପ୍ରକ୍ରିୟା ଜାରି ରଖିଛି।