ଆଞ୍ଚଳିକ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ଆଲୋଚନା ଚକ୍ର lସାମୂହିକ ସହଭାଗିତା ଓ ଜଣ ସଚେତନତାର ଗଣ ମାଧ୍ୟମର ଭୂମିକା।
ଗଣିଆ, ( ବିଶ୍ୱରଂଜନ ସେଠି )ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ୭୨ ତମ ବନ୍ୟପ୍ରାଣୀ ସପ୍ତାହ ଆଲୋଚନ ଚକ୍ର ଅନୁଷ୍ଠିତ ହୋଇଯାଇଛି l ବନଖଣ୍ଡ ଅଧିକାରୀ ଶ୍ରୀ ଶ୍ରୀରାମପଦ ଅରବିନ୍ଦ ମିଶ୍ର ଯୋଗ ଦେଇ ଆବାସ ସ୍ଥଳୀର ସଂଯୋଗୀ କରଣ ଓ ସୁସ୍ଥ ବନ୍ୟ ଜୀବନ ସମ୍ପର୍କରେ ସତକୋଶିଆ ଅଭ୍ୟାରଣ୍ୟ ଅନ୍ତର୍ଗତ ଗଣିଆ ଓ କୁସଙ୍ଗ ଅଂଚଳର ଗଣମାଧ୍ୟ୍ୟମ ପ୍ରତିନିଧି ମାନଙ୍କ ସହ ଆଲୋଚନ କରିଥିଲେ l କାର୍ଯ୍ୟକ୍ରମକୁ ସହକାରୀ ସେହିପରି ଅଭୟାରଣ୍ୟ ଅଞ୍ଚଳରେ ବନଖଣ୍ଡ ଅଧିକାରୀ ଦେବୀ ପ୍ରାସାଦ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଲୋଚନା ଚକ୍ରରେ ବନ,ବନ୍ୟଜନ୍ତୁ ସୁରକ୍ଷା ଓ ବନାଗ୍ନୀ ରୋକିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା l ଏଥି ସହିତ ସତକୋଶିଆ ଗଣ୍ଡରେ ଦେଖାଯାଉଥିବା ବିରଳ ପ୍ରଜାତିର ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ l ସେହିପରି ସହକାରୀ ବନଖଣ୍ଡ ଅଧିକାରୀ ପରିବେଶ ବିକାଶ ସମିତି କୁ ନେଇ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାପାଇଁ ଆହ୍ୱାନ ଦେଇଥିଲେ l ତେବେ ବନ, ବନ୍ୟଜନ୍ତୁ ଓ ପରିବେଶ ସୁରକ୍ଷା ଓ ସରକ୍ଷଣ ପାଇଁ ବନ୍ୟପ୍ରାଣୀ ବିଭାଗ ସହ ଜନ ସଚେତନତା ସୃଷ୍ଟି କରିବା ଦିଗରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ ବୋଲି ସେ କହିଥିଲେ l ସେହିପରି ଆଭାରଣ୍ୟ ର ବିଭିନ୍ନ ସମସ୍ୟା ଓ ଅନୁଭୂତି ଉପସ୍ଥିତ ଗଣମାଧ୍ୟ୍ୟମ ପ୍ରାତିନିଧି ମାନେ ପ୍ରକାଶ କରିଥିଲେ l ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ପ୍ରଦୀପ ଭୁତିଆ ଙ୍କ ସମେତ ବନପାଳ ଦୀପକ କୁମାର ମିଶ୍ର, କାଳନ୍ଦୀ ଚରଣ ସାଥୁଆ, ପ୍ରଭାକର ସାହୁ ଓ ବିଷ୍ଣୁପ୍ରିୟା ଦେଇ ଙ୍କ ସମେତ ବନକର୍ମଚାରୀ ମାନେ ଯୋଗଦେଇଥିଲେ l ସୋମବାର ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ନେଇ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।