CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଆବେଦନ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ । ଆସନ୍ତା ସପ୍ତାହରେ ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । CEC ଜ୍ଞାନେଶ କୁମାରଙ୍କ ଅଧୀନରେ ନିର୍ବାଚନ କମିସନର କିଛି ନିଷ୍ପତ୍ତି ଓ କାର୍ଯ୍ୟପ୍ରଣାଳୀକୁ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ ବୋଲି ସ୍ପଷ୍ଟ କରିଛନ୍ତି।ଆବେଦନକାରୀ ରାକେଶ କୁମାର ସିଂହଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କୋର୍ଟ ଏହାକୁ ନିୟମିତ ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଆବେଦନରେ ଦର୍ଶାଯାଇଛି ଯେ ନିର୍ବାଚନ ଆୟୋଗ ହେଉଛି ଏକ ବହୁ-ସଦସ୍ୟବିଶିଷ୍ଟ ସାମ୍ବିଧାନିକ ସଂସ୍ଥା । ନିୟମାନୁସାରେ, କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ସହମତି ନହେଲେ ବହୁମତ ଆଧାରରେ ନିଷ୍ପତ୍ତି ନିଆଯିବା କଥା । ମାତ୍ର ଭୋଟର ତାଲିକା ସଂଶୋଧନ ଓ ଆବେଦନ ଦାଖଲ ଭଳି ସଂବେଦନଶୀଳ ନିଷ୍ପତ୍ତିଗୁଡ଼ିକରେ ଅନ୍ୟ ଆୟୁକ୍ତମାନଙ୍କୁ ଆଡ଼େଇ ଦିଆଯାଉଥିବା ଅଭିଯୋଗ ହୋଇଛି ।