ହୀରାକୁଦ ଜଳଭଣ୍ଡାର: ୧୯ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଏବଂ ଜଳ ପ୍ରବେଶ ପରିମାଣରେ ହ୍ରାସ ପରିଲକ୍ଷିତ ହୋଇଛି । ଆଜି (୨୯ ସେପ୍ଟେମ୍ବର ୨୦୨୬) ଅପରାହ୍ନ ୩ଟାର ରିପୋର୍ଟ ଅନୁଯାୟୀ, ଜଳଭଣ୍ଡାରରୁ ବର୍ତ୍ତମାନ ୧୯ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସୂଚନାଯୋଗ୍ୟ, ଜଳଭଣ୍ଡାର ପାଣିପାଗ ନିୟନ୍ତ୍ରଣ କକ୍ଷ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ୦.୦୬ ମିମି ଓ ତଳମୁଣ୍ଡରେ ଆଦୌ ବର୍ଷା ରେକର୍ଡ ହୋଇନାହିଁ। ତେବେ ମହାନଦୀ ଓ ଏହାର ଶାଖା ନଦୀ ଗୁଡ଼ିକରେ ଜଳପ୍ରବାହ ନିୟନ୍ତ୍ରଣ ମଧ୍ୟରେ ରହିଥିବା ବେଳେ ବଳକା ଜଳ ନିଷ୍କାସନ ଜାରି ରହିଛି । ଆଜିର ତାଜା ଗେଜ୍‌ ଓ ନଦୀ ଜଳପ୍ରବାହ ରିପୋର୍ଟ ଅନୁସାରେ, ମୁଣ୍ଡଳୀ ଓ ବରମୂଳ ଭଳି ଗୁରୁତ୍ୱପୂର୍ଣ୍ଣ ଗେଜ୍‌ ଷ୍ଟେସନ୍‌ ଗୁଡ଼ିକରେ ଜଳସ୍ତର ହ୍ରାସ ପାଇଥିବା ରେକର୍ଡ କରାଯାଇଛି ।