୬ ବର୍ଷର ଅପେକ୍ଷାର ଅନ୍ତ । ଆଜିଠୁ ଖୋଲିଲା ଗୁଣ୍ଡିଚା ମନ୍ଦିର 

ଆଜିଠୁ ଖୋଲିଲା ଗୁଣ୍ଡିଚା ମନ୍ଦିର । ଆଜି ସକାଳ ୭ଟା ୩୦ରୁ ମନ୍ଦିର ଖୋଲାଯାଇଛି । ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ପ୍ରବେଶ ସୁବିଧା ମିଳିବ । ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଭକ୍ତମାନେ ମାଗଣାରେ ପ୍ରବେଶ କରିପାରିବେ ।ଏହାପରେ ଭକ୍ତଙ୍କୁ ଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ ୧୦ ଟଙ୍କାର ଟିକେଟ୍ କିଣିବାକୁ ପଡ଼ିବ ।ଭକ୍ତମାନଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିରରେ ବରିଷ୍ଠ ନାଗରିକ, ଛୋଟ ଶିଶୁ ଓ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ଦର୍ଶନ ବ୍ୟବସ୍ଥା ରହିଛି । ଜୋତା ଓ ମୋବାଇଲ ରଖିବା ପାଇଁ ମଧ୍ୟ ନିଶୁକ୍ଳ ବ୍ୟବସ୍ଥା ରଖାଯାଇଛି । ୨୦୨୦ କରୋନା ସମୟରୁ ବନ୍ଦ ଥିଲା ମହାପ୍ରଭୁଙ୍କ ଜନ୍ମବେଦି ।