ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼! ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ ଦର

ପାର୍ବଣ ଋତୁ ଆରମ୍ଭରୁ ପୁଣି ମହଙ୍ଗା ମାଡ଼ ଦେଲେ କେନ୍ଦ୍ର ସରକାର। ଦେଶରେ ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ ଦର ।ରାଜଧାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୬୨ ଟଙ୍କା ୫୦ ପଇସା ମହଙ୍ଗା ହୋଇଛି । ସେହିପରି ଦେଶୀ ବିଭିନ୍ନ ସ୍ଥାନରେ ଦର ୬୨.୫୦ ଟଙ୍କାରୁ ୭୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।ଗତ ସେପ୍ଟେମ୍ବର ମାସର ପ୍ରଥମରୁ ୧୯ କେଜି ଏଲପିଜି ସିଲିଣ୍ଡର ଦର ୯ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା।ଏହି ଦରବୃଦ୍ଧିର ପ୍ରଭାବ ସିଧାସଳଖ ଭାବେ ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଟରିଂ ବ୍ୟବସାୟ ଏବଂ ଛୋଟ ବ୍ୟବସାୟର ଖର୍ଚ୍ଚ ଉପରେ ପଡ଼ିପାରେ । ବ୍ୟବସାୟ ପାଇଁ ବର୍ଦ୍ଧିତ ଏଲପିଜି ମୂଲ୍ୟ ଦୀର୍ଘକାଳୀନ ଭାବରେ ଖାଦ୍ୟ ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିପାରେ । ହେଲେ ଘରୋଇ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିର ଖବର ରହିଛି । ୧୪.୨ କିଲୋଗ୍ରାମ୍ର ଘରୋଇ LPG ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନ୍ୟପଟେ ଘରୋଇ LPG ଗ୍ରାହକଙ୍କ ପାଇଁ ମଧ୍ୟ ଅକ୍ଟୋବରରୁ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ଲାଗୁ ହୋଇଛି। ସବସିଡିଯୁକ୍ତ ଘରୋଇ LPG ରିଫିଲ ନିର୍ଦ୍ଧାରିତ ରିଟେଲ ସେଲିଂ ପ୍ରାଇସ୍‌ରେ ପାଇବା ପାଇଁ ବାୟୋମେଟ୍ରିକ ଆଧାର ଅଥେଣ୍ଟିକେସନ ଆବଶ୍ୟକ ହେବ।ଯେଉଁ ଗ୍ରାହକଙ୍କ ଆଧାର ଅଥେଣ୍ଟିକେସନ ପୂର୍ବରୁ ହୋଇସାରିଛି, ସେମାନଙ୍କୁ ପୁଣିଥରେ ଏହି ପ୍ରକ୍ରିୟା କରିବାକୁ ପଡ଼ିବ ନାହିଁ। ଡେଲିଭରି ସମୟରେ, ଗ୍ୟାସ ଡିଷ୍ଟ୍ରିବ୍ୟୁଟରଙ୍କ ଶୋ’ରୁମ କିମ୍ବା ସମ୍ପୃକ୍ତ ତେଲ କମ୍ପାନୀର ମୋବାଇଲ ଆପ ମାଧ୍ୟମରେ ଅଥେଣ୍ଟିକେସନ କରାଯାଇପାରିବ।