ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟୁଣୀର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ମିଳିତ ଚଢ଼ାଉ।

ଆଠଗଡ : ୧୩/୦୪ ( ମାନସ ରଞ୍ଜନ ସାହୁ) କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡ଼ାଳୁଅ, କଂସର, ବାଉଁଶ ଟାଙ୍ଗୋର,ସରସ୍ୱତୀପୁର ଓ ଖଣ୍ଡୁଆଳି ସଂରକ୍ଷିତ ଜଙ୍ଗଲରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା ,କଟକ ଜିଲ୍ଲା ମୋବଇଲ ୟୁନିଟ, ସଦର ଅବକାରୀ ଥାନା ଏବଂ ଖୁଣ୍ଟୁଣୀ ବନ ବିଭାଗ ସହିତ ଏକ ମିଳିତ ଚଡାଉ କରାଯାଇଥିଲା।

ଉକ୍ତ ଚଡାଉରେ ସର୍ବମୋଟ ୨୪୫୦ ଲିଟର ଦେଶୀ ମଦ ସହ ୨୦୬୫୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ଛଅ ଗୋଟି ମାମଲା ରୁଜୁ କରାଯାଇଛି।
ଏହି ଚଡାଉ ରେ ଉପସ୍ଥିତ ଥିବା ଅଫିସର ରବି ନାରାୟଣ ପଧାନ ଆଠଗଡ ଅବକାରୀ ନିରୀକ୍ଷ୍ୟକ ,ଖୁଣ୍ଟୁଣୀ ବନବିଭାଗ ଏବଂ ସମସ୍ତ ଅବକାରୀ ସହକର୍ମୀ ଉପସ୍ଥିତ ରହିଥିଲେ।କିନ୍ତୁ ଚଢାଉ ପୂର୍ବରୁ ମଦ ମାଫିଆ ମାନେ ଖସି ଯିବାରେ ସକ୍ଷମ ହୋଇଛନ୍ତି। ଧର୍ମ କୁ ଆଖିଠାର ସଦୃଶ ଏହି ଚଢ଼ାଉ କରାଯାଉଥିଲେ ମଧ୍ୟ ଏହା ବର୍ତ୍ତମାନ ଦେଶୀ ମଦ କାରବାର ବୃଦ୍ଧି ପାଉଛି।