ଇନ୍ଦିପଟା କପ କ୍ରିକେଟ ଟୁର୍ଣ୍ଣାମେଂଟର ପାଇନାଲରେ କିଶୋରପ୍ରସାଦକୁ ହରାଇ ରାଉତପଡ଼ା ଚମ୍ପିୟାନ
ଗଣିଆ,-(ବିଶ୍ୱରଂଜନ ସେଠି) ଗଣିଆ ବ୍ଳକ କିଶୋରପ୍ରସାଦ ପଂଚାୟତର ଇନ୍ଦିପଟା କ୍ରିକେଟ କ୍ଳବ ଅନୁକୂଲ୍ୟରେ ଚାଲିଥିବା ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଂଟ ବୁଧବାର ଉଦ୍ଯାପିତ ହୋଇଯାଇଛି । ଗ୍ରାଣ୍ଡ ଫାଇନାଲ ଏସ.ସି.ଟି, ରାଉତପଡ଼ା ଓ ମହାବୀର କ୍ରିକେଟ କ୍ଳବ, କିଶୋରପ୍ରସାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣମେଂଟର ଫାଇନାଲ ଦିବସରେ ଏସ.ସି.ଟି, ରାଉତପଡ଼ା ଟସ ଉଇନ କରି ବ୍ୟାଟିଂ କରିବାର ନିଷ୍ପତ୍ି ନେଇ ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୧୮୬ ରନ କରିବାରେ ସକ୍ଷମ ହୋଇଥିଲା । ଏହାର ଜବାବରେ ମହାବୀର କ୍ରିକେଟ କ୍ଳବ, କିଶୋରପ୍ରସାଦ ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୧୪୩ରନ ସଂଗ୍ରହ କରି ୪୩ ରନରେ ପରାଜିତ ହୋଇଥିଲା ।

ଆଜିର ଉଦାଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ସାଂସଦଙ୍କ ବ୍ଳକ ପ୍ରତିନିଧି ଶରତ କୁମାର କର ଯୋଗଦାନ କରିଥିବାବେଳେ କିଶୋରପ୍ରସାଦ ପଂଚାୟତର ସରପଂଚ ଗିତାରାଣୀ ବେହେରା ଇନ୍ଦିପଟା ଗ୍ରାମ୍ୟ କମିଟିର ସଭାପତି ତଥା ଆଂଚଳିକ ସମ୍ବାଦିକ ସଂଘର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ ଓ ବିଜେପି ଗଣିଆ ବ୍ଳକ ମହିଳା ସଭାପତି ରଂଜୁବାଳା ପଣ୍ଡା ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଉଭୟ ଚମ୍ପିଆନ ଓ ରନର୍ସଅପଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏସ.ସି.ଟି, ରାଉତପଡ଼ାର ବୁଲଟର ମ୍ୟାନ ଅଫ ଦି ମ୍ୟାଚ ଓ ମହାବୀର କ୍ରିକେଟ କ୍ଳବ, କିଶୋରପ୍ରସାଦର ଅରବିନ୍ଦଙ୍କୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଥିଲା । ଦିବ୍ୟଜ୍ୟେତି ପୃଷ୍ଟି ଓ ସୁଦିପ୍ତ ବାରିକ ଆଜିର ଖେଳକୁ ପରିଚାଳନା କରିଥିଲେ ।