ଏଣିକି ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି ଔଷଧ ! ମେଡିସିନ୍ ଦୋକାନରେ ସହଜରେ ମିଳିବନି କଫ୍ ସିରପ୍ !
ନିଶା ମାଫିଆଙ୍କ ଉପରେ କେନ୍ଦ୍ର ସରକାରଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍। ଏଣିକି ମେଡିସିନ୍ ଦୋକାନରେ ସହଜରେ ମିଳିବନି କଫ୍ ସିରପ୍ କିମ୍ବା ଟନିକ୍। ସିରପକୁ ନିଶା ଭାବେ ବ୍ୟବହାର କରିବା ଉପରେ ରୋକ୍ ଲଗାଇବାକୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ।୧୯୪୫ ନିୟମରେ ସଂଶୋଧନ ଦ୍ୱାରା ୩୦ ମିଲିରୁ ଅଧିକ ଏବଂ ୧୨% ରୁ ଅଧିକ ଇଥାଇଲ୍ ଆଲକୋହଲ୍ ଥିବା ସମସ୍ତ ମୌଖିକ ଔଷଧକୁ ‘ସିଡ୍ୟୁଲ୍ ଏଚ -୧’ ବର୍ଗରେ ରଖାଯାଇଛି।
କେନ୍ଦ୍ର ସରକାର କଫ ସିରପ୍ ଏବଂ ଟନିକ୍ ଭଳି ଔଷଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦେଶରେ ନିଶା ଭାବରେ କଫ ସିରପ୍ ଏବଂ ଟନିକ୍ର ଅପବ୍ୟବହାରକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।ନୂଆ ନିୟମ ଅନୁଯାୟୀ, ଏଣିକି କଫ୍ ସିରପ୍ ବୋତଲ ଉପରେ ସ୍ୱତନ୍ତ୍ର ସତର୍କତାମୂଳକ ୱାର୍ଣ୍ଣିଂ ଲେବଲ୍ ଲଗାଇବା ବାଧ୍ୟତାମୂଳକ ହେବ। କମ୍ପାନିରୁ ଉତ୍ପାଦନ ହେବା ଠାରୁ ଆରମ୍ଭ କରି ଖୁଚୁରା ଦୋକାନୀଙ୍କ ପାଖରେ ବିକ୍ରି ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସପ୍ଲାଇ ଚେନ୍ ଉପରେ ସରକାର ତୀକ୍ଷ୍ଣ ନଜର ରଖିବେ। ଏହି ନିୟମର ଡ୍ରାଫ୍ଟ ଅକ୍ଟୋବର ୨୦୨୫ରେ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହା ଗେଜେଟ୍ରେ ପ୍ରକାଶ ପାଇବାର ୬ ମାସ ପରେ ଅର୍ଥାତ୍ ଆଗାମୀ ଜାନୁଆରୀ ୨୦୨୭ରୁ ସାରା ଦେଶରେ କଡ଼ାକଡ଼ି ଭାବେ ଲାଗୁ ହେବ। ଏହି ସମୟ ମଧ୍ୟରେ ଔଷଧ କମ୍ପାନି ଓ ଦୋକାନୀମାନଙ୍କୁ ସେମାନଙ୍କ ପ୍ୟାକିଂ ଓ ବିକ୍ରିର ତରିକା ବଦଳାଇବାକୁ ସମୟ ଦିଆଯାଇଛି।