ଏସସିବି ଆଇସିୟୁ ଅଗ୍ନିକାଣ୍ଡ ଘଟଣା; ପୁଣି ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିଶନଙ୍କ କାର୍ଯ୍ୟକାଳ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା । ପୁଣି ଦୁଇ ମାସ ବୃଦ୍ଧି ହୋଇଛି ଲକ୍ଷ୍ମୀଧର ବିଶ୍ୱାଳ କମିଶନଙ୍କ କାର୍ଯ୍ୟକାଳ । କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୧୦ରୁ ଉର୍ଦ୍ଧ୍ବ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ତଦନ୍ତ ପାଇଁ ଗଠିତ ନ୍ୟାୟିକ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଦ୍ଵିତୀୟ ଥର ପାଇଁ ବୃଦ୍ଧି କରିଛନ୍ତି । ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଗଠିତ ଏକକ ସଦସ୍ୟ ବିଶିଷ୍ଟ କମିଶନଙ୍କୁ ରିପୋର୍ଟ ଦାଖଲ ପାଇଁ ଆଉ ଦୁଇ ମାସ ସମୟ ଦିଆଯାଇଛି । ନୂଆ ବିଜ୍ଞପ୍ତି ଅନୁଯାୟୀ, କମିଶନ ଏବେ ୧୫ ସେପ୍ଟେମ୍ବର ୨୦୨୬ ସୁଦ୍ଧା ତାଙ୍କ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ।