କେସିଙ୍ଗା ରେଳ କ୍ରସିଂରେ ବନ୍ୟା ଜଳ, ମୁଖିଗୁଡ଼ା–ବଲାଙ୍ଗୀର କପିଳେଶ ବସ୍ ଅଟକିଲା
** କଳାହାଣ୍ଡିରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ କେସିଙ୍ଗା ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଆଜି କେସିଙ୍ଗା ରେଳ କ୍ରସିଂ ନିକଟରେ ବନ୍ୟା ଜଳ ଜମିଥିବାରୁ ମୁଖିଗୁଡ଼ାରୁ ବଲାଙ୍ଗୀର ଯାଉଥିବା କପିଳେଶ ବସ୍ ଅଟକି ରହିଥିଲା। ଏହାଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରବଳ ବର୍ଷାର ପ୍ରଭାବରେ କେସିଙ୍ଗା ସହରର ବିଭିନ୍ନ ସ୍ଥାନରେ ପାଣି ଜମିଥିବା ବେଳେ ରେଳ କ୍ରସିଂ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇପଡ଼ିଛି। ଏହି ପରିସ୍ଥିତିରେ ମୁଖିଗୁଡ଼ାରୁ ବଲାଙ୍ଗୀର ଯାଉଥିବା କପିଳେଶ ବସ୍ ରେଳ କ୍ରସିଂ ନିକଟରେ ଅଟକି ରହିଥିଲା। ବନ୍ୟା ଜଳ ଯୋଗୁଁ ଯାତାୟାତ ବ୍ୟାହତ ହେବା ସହ ଅନେକ ଗାଡ଼ି ମଧ୍ୟ ଅଟକି ରହିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଲୋକମାନଙ୍କୁ ସତର୍କତାର ସହ ଯାତ୍ରା କରିବାକୁ ଅପିଲ୍ କରିଛି। କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ