CJP ଆନ୍ଦୋଳନରେ ସାମିଲ ଛାତ୍ରଛାତ୍ରୀଙ୍କ ମାମଲା ପ୍ରତ୍ୟାହାର ପ୍ରସଙ୍ଗ: ଆଭିମୁଖ୍ୟ ସ୍ପଷ୍ଟ କଲା ଦିଲ୍ଲୀ ପୋଲିସ

ନିଟ୍‌ -ୟୁଜି ପରୀକ୍ଷାରେ ଅନିୟମିତାକୁ ନେଇ ହୋଇଥିବା ବିରୋଧ ପ୍ରଦର୍ଶନକୁ ନେଇ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ ପଦକ୍ଷେପ ନିଆଯିବ ନାହିଁ । କେବଳ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।ଜୁଲାଇ ୨୦ ତାରିଖରେ ଆୟୋଜିତ ‘ଚଲୋ ସଂସଦ’ ଅଭିଯାନରେ ସାମିଲ ଲୋକଙ୍କ ମାମଲା ନେଇ ଅନୁଧ୍ୟାନ ପ୍ରକ୍ରିୟା ଶେଷ ହୋଇଥିବା ଦିଲ୍ଲୀ ପୋଲିସ ସୂଚନା ଦେଇଛି। ତଦନ୍ତ ପରେ ଯେଉଁମାନଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିଲା, ସେମାନଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରାଯାଇଛି।

ତେବେ ପୋଲିସ ଅନୁସାରେ, ପ୍ରାୟ ୨ ହଜାର ୮ ଶହ ଜଣଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। ସେମାନଙ୍କ ମାମଲା ପ୍ରତ୍ୟାହାର ପ୍ରସଙ୍ଗରେ ଆଇନଗତ ନିୟମ ଅନୁସାରେ ବିଚାର କରାଯାଉଛି।ସେପଟେ ସମ୍ପ୍ରତି ନିଟ୍‌ ବିବାଦ ମାମଲାରେ ସୁପ୍ରିମକୋର୍ଟ ଅପ୍ରାପ୍ତବୟସ୍କ ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନ ଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମୁକ୍ତ କରିବା ଏବଂ ସେମାନଙ୍କ ବିରୋଧରେ କୌଣସି କଠୋର ବା ବଳପୂର୍ବକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ନଯିବାକୁ ନିର୍ଦ୍ଦେଶ ଦେଇଥିଲେ ।ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ଗଣତାନ୍ତ୍ରିକ ଅଧିକାର। କିନ୍ତୁ ଯେଉଁମାନେ ହିଂସା କରିଛନ୍ତି କିମ୍ବା ଆଇନ ହାତକୁ ନେଇଛନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇପାରିବ । ସେହି ସହ ପୋଲିସ ଅତ୍ୟାଚାର ଅଭିଯୋଗର ସ୍ୱାଧୀନ