ଧିରେ ଧିରେ ହ୍ରାସ ପାଉଛି ଜଳସ୍ତର ୪୧ରୁ ଉର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀରେ- ସମୀକ୍ଷା କଲେ ଜିଲ୍ଲପାଳ

ଗଣିଆ,-( ବିଶ୍ୱରଂଜନ ସେଠି ) ଉପରମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ସହିତ ହିରାକୁଦ ଜଳଭଣ୍ଡାରରୁ ଜଳଛାଡ଼ିବା ଦ୍ୱାରା ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିଲାବେଳେ ଅପରାହ୍ନରେ ଜଳସ୍ତର ଧିରେ ଧବରେ କମୁଥିବାର ଦେଖିବାକୁ ମିଳିଛି । ଫଳରେ ଗଣିଆ ବ୍ଲକରେ ବନ୍ୟା ପରିସ୍ଥିତି ଧିଧେିରେ ଗମ୍ଭୀର ହେବାରେ ଲାଗିଛି । ଗୁରୁବାର ସକାଳୁ ମହାନଦୀର ଜଳସ୍ତର କ୍ରମଃଶ ବୃଦ୍ଧିପାଉଥିବାବେଳେ ପୁନଶ୍ଚ ସଂନ୍ଧ୍ୟାରେ ତାହା କ୍ରମଶଃ କମିବାରେ ଲାଗିଛି । ଏନେଇ ମହାନଦୀର ତଳିଆ ଅଂଚଳ ଯଥା ଛାମୁଣ୍ଡିଆ, ରାସଙ୍ଗ ଓ ବଡ଼ସିଲିଙ୍ଗା ପଂଚାୟତର ନଦୀକୂଳ ଗ୍ରାମବାସୀମାନଙ୍କୁ ତୁରନ୍ତ ଉଚ୍ଚନିରାପଦ ସ୍ଥାନକୁ ପଳାଇ ଯିବାକୁ ସୁଚନା ଦିଆଯାଇଥିବା ବେଳେ ଜନସାଧାରଣ ମନରେ ଆତଙ୍କ ବଢିବାରେ ଲାଗିଛି ।

ଛାମୁଣ୍ଡିଆ ପଂଚାୟତର ବଡ଼ମୂଳଠାରେ ଥିବା ବନ୍ୟଜଳ ମାପକେନ୍ଦ୍ରଠାରେ ମଧ୍ୟାନ୍ନରେ ଜଳସ୍ତର ୩୬ଫୁଟର ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଥିବା ବେଳେ ସନ୍ଧ୍ୟାରେ କମି ୩୫ଫୁଟର ବିପଦସଂକେତ ତଳେ ଜଳସ୍ତର ପ୍ରବାହିତ ହେବାର ସୁଚନା ମିଳିଛି । ରାସଙ୍ଗ ପଂଚାୟତର ରାସଙ୍ଗ-କାଦୁଆ ରାସ୍ତାରେ ୩ଫୁଟର ପାଣି ପ୍ରବାହିତ ହେଉଥିବାବେଳେ ମଣିଭଦ୍ରାଠାରୁ ଭାୟା ବୃତଙ୍ଗ ଦଇ ବେଂଟପଡ଼ା ପର୍ଯ୍ୟନ୍ତ ୩ଫୁଟରୁ ୪ଫୁଟ ଜଳ ପ୍ରବାହିତ ହେଉଛି ସେହିପରି ଛାମୁଣ୍ଡିଆ ଠାରୁ ମୁଦୁଲିଗାଡ଼ିଆ ଓ ବେଠିଆସାହିଠାରୁ କୁତୁରୀ ଆଦି ରାସ୍ତା ଉପରେ ୫ଫୁଟ ଲେଖାଏ ବନ୍ୟାଜଳ ପ୍ରବାହିତ ହେଉଛି ।

ଫଳରେ ରାସଙ୍ଗ ପଂଚାୟତର ରାସଙ୍ଗ ପଚାଂୟତର ଡଙ୍କାରିସାହି, କେନ୍ଦୁପଲ୍ଲୀ, କାଦୁଆ, ହଟିଆପଲ୍ଲୀ, ବସନ୍ତପୁର, ଓସ୍ତିଆ, ରାସଙ୍ଗ ଆଦି ଗ୍ରାମ, ଛାମୁଣ୍ଡିଆ ପଂଚାୟତର ବଡମୂଳ, ମାଳିସାହି,ବେଠିଆସାହି, ମୁଦୁଲିଗାଡିଆ, କନ୍ଧଜିଲିଣ୍ଡା, ଛାମୁଣ୍ଡିଆ, ଗୋପୀନାଥପୁର , ବେଟଂପଡା, ଇଶ୍ୱରପୁର, ବେଟଂପଡା ମାଳିସାହି, ରାଇଗାଡିଆ ଓ ମହନାପଦା ଆଦି ଗ୍ରାମ ଓ ବଡ଼ସିଲିଙ୍ଗା ପଂଚାୟତର ବିଭିନ୍ନ ଗ୍ରାମ ୩ଗାଟି ପଂଚାୟତର ପ୍ରାୟ ୪୧ଗୋଟି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଛାମୁଣ୍ଡିଆ ପଂଚାୟତର ବଡ଼ମୂଳ ଠାରେ ଥିବା ଉକୋ ଟ୍ୟୁରିଜିମ ମଧ୍ୟ ପାଣିଘେରରେ ରହିଛି । ସେହିପରି କିଶୋରପ୍ରରସାଦ ପଂଚାୟତର ପାଣ୍ଡରାସିଂହା ଓ ପତୁରିଆ ୨ଗୋଟି ଗ୍ରାମ ଓ ବେଲପଡ଼ାପାଟଣା ଗ୍ରାମ ପଂଚାୟତର ରାଉତପଡ଼ା ଗ୍ରାମ ଜଳଘେରରେ ରହିଛି । ଅଗ୍ନିଶମ ବିଭାଗ କର୍ମଚାରୀମାନେ ୨ଗୋଟି ବୋଟ ସାହାଯ୍ୟରେ ଜନସାଧାରଣଙ୍କୁ ଯାତାୟତରେ ସହଯୋଗ କରିଥିଲେ । ଜିଲାପାଳ ମଧୁମିତା ରଥ, ଉପଜିଲାପାଳ କର୍ଣ୍ଣଦେବ ସମାଦ୍ଧାର, ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ଗୋଛି, ବିଡିଓ ଲାବଣ୍ୟେନ୍ଦୁ ମହାନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ମଧୁସୁଦନ ଦାଶ, ଗ୍ରାମ ପଂଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ରାସଙ୍ଗ ପଂଚାୟତ ସରପଂଚ ମାନସ କୁମାର ମହାଖୁଡ଼, ଛାମୁଣ୍ଡିଆ ସରପଂଚ ଦିପ୍ତିରେଖା ସେନାପତି ବନ୍ୟାଂଚଳ ପରିଦର୍ଶନ କରିବା ସହିତ ବନ୍ୟା ଘେରରେ ଥବବା ଲୋକମାନଙ୍କ ଅସୁବିଧାକୁ ବୁଝିବା ସହିତ ସରକାରୀସ୍ତରରେ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଥିଲ