Gen Z ପରେ ଏବେ ଚର୍ଚ୍ଚାରେ Gen Alpha

Gen Z ପରେ ଏବେ ଚର୍ଚ୍ଚାରେ Gen Alpha । ଉତ୍ତରପ୍ରଦେଶର ଫତେହପୁରରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଏକ ଆନ୍ଦୋଳନ ଏବେ ସମସ୍ତଙ୍କ ନଜର ଆକର୍ଷଣ କରିଛି ।ଭିଡିଓରେ କଲେଜ ଛାତ୍ରଛାତ୍ରୀ ସେମାନଙ୍କ ମୌଳିକ ଦାବି ପୂରଣ ଲାଗି ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ମାମଲା ଫତେପୁରର ସର୍ବୋଦୟ ଇଣ୍ଟର କଲେଜର । ଭିଡିଓରେ ବିଦ୍ୟାର୍ଥୀଙ୍କୁ କଲେଜ ବିରୋଧରେ ସ୍ଲୋଗାନ୍ ଦେଉଥିବା ଦେଖିବାକୁ ମିଳିଛି ।ଏହି ଘଟଣାକୁ ନେଇ ଏବେ Gen Alphaର ସଚେତନତା ଓ ନିଜ ଅଧିକାର ପାଇଁ ସ୍ୱର ଉଠାଇବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜନ୍ତର ମନ୍ତରରେ ହୋଇଥିବା ଯୁବ ଆନ୍ଦୋଳନରୁ ପ୍ରେରଣା ନେଇ ଛାତ୍ରମାନେ ମଧ୍ୟ ନିଜ ଦାବି ରଖିଥିବା କୁହାଯାଉଛି ।ଜଣେ ଛାତ୍ର କହୁଛନ୍ତି, କଲେଜ ଶୌଚାଳୟ ଅପରିଷ୍କାର । ଯେଉଁ ପିଲା କଲେଜ ଭିତରେ ଅଛନ୍ତି ଏବଂ ପ୍ରଶାସନ ବିରୋଧରେ ବାହାରକୁ ଆସିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆସିବାକୁ ଦିଆଯାଉ ନାହିଁ । ପିଲାଙ୍କ ହାତରେ ଥିବା ବ୍ୟାନର୍‌ରେ ଉଲ୍ଲେଖ ହୋଇଛି- କଲେଜ ବ୍ୟବସ୍ଥା ସୁଧାର, ପିଲାଙ୍କ ଭବିଷ୍ୟତ ସଜାଡ଼ । ବିଦ୍ୟାର୍ଥୀ ଦାବି କରିଛନ୍ତି, କଲେଜର ପ୍ରିନ୍ସିପାଲଙ୍କ ବିରୋଧରେ ସ୍ୱରତ୍ତୋଳନ କଲେ ଫେଲ୍ କରିବାକୁ ଧମକ ଦିଆଯାଉଛି । ଟ୍ୱିଟରରେ ଭିଡିଓ କ୍ୟାପ୍ସନରେ ଜଣେ ୟୁଜର ଲେଖିଛନ୍ତି- ଜନ୍ତର ମନ୍ତରରେ ଜେନ୍-ଜି ଥିଲେ, ଏମାନେ ଆଲ୍‌ଫା ।