ସଂସଦର ଦୁଇ ସଦନରେ ‘ବନ୍ଦେ ମାତରମ୍’ ବିଲ୍ ପାରିତ ,ଅସମ୍ମାନ କଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଜରିମନା
ସଂସଦର ଦୁଇ ସଦନରେ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ । ପେପର ଲିକ୍ ଉପରେ କଡ଼ା ଆଇନ ସହ ‘ବନ୍ଦେ ମାତରମ୍’କୁ ମିଳିଲା ସମର୍ଥନ । ରାଜ୍ୟସଭାରେ ‘ବନ୍ଦେ ମାତରମ୍ ବିଲ୍–୨୦୨୬’ ପାରିତ କରିଛି । ଏହି ବିଲ୍ ରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ‘ବନ୍ଦେ ମାତରମ୍’ ଗାନକୁ ବାଧ୍ୟତାମୂଳକ କରିବାର ବ୍ୟବସ୍ଥା ରହିଛି । ତେବେ ନିର୍ଦ୍ଦିଷ୍ଟ ବ୍ୟତିକ୍ରମ ପରିସ୍ଥିତିରେ ଛାଡ଼ ବ୍ୟବସ୍ଥା ମଧ୍ୟ ରହିଛି । ଉଭୟ ବିଲ୍ ବର୍ତ୍ତମାନ ସଂବିଧାନ ସମ୍ମତ ପରବର୍ତ୍ତୀ ବିଧାନ ପ୍ରକ୍ରିୟାକୁ ଅଗ୍ରସର ହେବ । ରାଜ୍ୟସଭାରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ, ୧୯୭୧ ରେ ସଂଶୋଧନ ବିଲ୍ ପାସ୍ ହୋଇଛି । ଏହି ସଂଶୋଧନ ଅନୁଯାୟୀ, ‘ବନ୍ଦେ ମାତରମ୍’କୁ ଇଚ୍ଛାକୃତ ଭାବେ ଅପମାନ କରିବା କିମ୍ବା ଗାନ ସମୟରେ ବାଧା ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ ହୋଇପାରେ । ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୩ ବର୍ଷ ଜେଲ୍, ଜରିମାନା କିମ୍ବା ଉଭୟ ହୋଇପାରେ ।