ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ରାଜ୍ୟରେ ଭୟଙ୍କର ରୂପ ନେଇଛି ବନ୍ୟାସ୍ଥିତି । ବନ୍ୟାର କରାଳ ରୂପ ରାଜ୍ୟର 6ଟି ଜିଲ୍ଲାରେ ଦେଖିବାକୁ ମିଳିଛି । ବିଶେଷ କରି ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକ ବେଶି ପ୍ରଭାବିତ ହୋଇଛନ୍ତି । ବନ୍ୟା ଯୋଗୁ ବାଲେଶ୍ଵର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ କ୍ଷମତା ଦିଆଯାଇଛି। ସ୍ଥିତି ଦେଖି ଜିଲାପାଳ ସ୍କୁଲ ଛୁଟି ବାବଦରେ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।ବଲାଙ୍ଗୀର, ରାୟଗଡା, ଗଜପତି, ବାଲେଶ୍ୱର , ମୟୁରଭଞ୍ଜ, ଭଦ୍ରକ, ବରଗଡ ଯାଜପୁର ଏହି ସବୁ ଜିଲ୍ଲା ଗୁଡିକରେ ଲଗାଣ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖାଦେଇଛି ।