ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ରେ ପ୍ରାରମ୍ଭ ହେବ ବିଜ୍ଞାନ ପାଠ୍ୟକ୍ରମ
ଚନ୍ଦାହାଣ୍ଡି ତା ୨୮/୭ ( ପୀତାମ୍ବର ସୋରୀ ) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ରେ ପ୍ରାରମ୍ଭ ହେବ ବିଜ୍ଞାନ ପାଠ୍ୟକ୍ରମ l ଏନେଇ ଆଜି ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦ୍ୱାରିକାନାଥ ବାଗ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି lସୂଚନା ପ୍ରକାରେ ଅଞ୍ଚଳବାସୀ ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ରେ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ କରି ଆଗ୍ରହୀ ଛାତ୍ରଛାତ୍ରୀ ଙ୍କୁ ବିଜ୍ଞାନ ବିଷୟରେ ଶିକ୍ଷଲାଭ କରିବାର ଆଶା ନେଇ ବିଭିନ୍ନ ସଂଗଠନ ତରଫରୁ ଦାବୀ ହୋଇ ଆସୁଥିଲା l ତେଣେ ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ମଧ୍ୟ ଅଧ୍ୟକ୍ଷ ଦ୍ୱାରିକାନାଥ ବାଗ ପାନାବେଡା ଡିଗ୍ରୀ ମହାବିଦ୍ୟାଳୟରେ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ କରିବାକୁ ଉଚ୍ଚ ଶିକ୍ଷା ବିଭାଗ କୁ ଏନେଇ ପତ୍ର ଲେଖିଥିଲେ l ତେବେ ବିଜ୍ଞାନ ପାଠ୍ୟକ୍ରମ ର ଚାହିଦା ଓ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ବିଳମ୍ବରେ ହେଲେ ବି ଆଜି ବିଭାଗୀୟ ଅଧିକାରୀ ଓ କର୍ତୃପକ୍ଷ ଏ ନେଇ ସରକାରଙ୍କୁ ଅବଗତ କରାଇ ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ରେ ବିଜ୍ଞାନ ପାଠ୍ୟକ୍ରମ ଚାଲୁ ରଖି ଆଗ୍ରହୀ ଛାତ୍ରଛାତ୍ରୀ ଙ୍କୁ ନାମ ଲେଖାଇ ପାଠ୍ୟକ୍ରମ ଆରମ୍ଭ କରିବାକୁ ଆଦେଶ ମଞ୍ଜୁର କରିଥିବା ର ଆଞ୍ଚଳିକ ଶିକ୍ଷା ନିର୍ଦେଶକ, ଜୟପୁର ଙ୍କ ଏକ ପତ୍ରାଦେଶ ଚିଠି ନ RDE / JEY – HPC – 01/2029 ୭୩୩ ତା ୨୮/୦୭/୨୦୨୬ ପ୍ରକାରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି l ତେବେ ଚଳିତ ବର୍ଷ ୧୨୮ ସିଟ ବିଶିଷ୍ଟ ଏକ ପାଠ୍ୟକ୍ରମ ଆରମ୍ଭ ପାଇଁ ମଞ୍ଜୁର ହୋଇଥିବା ବେଳେ ବର୍ତ୍ତମାନ ପ୍ରତି ଶିକ୍ଷବର୍ଷ ଆରମ୍ଭ ରେ ୨୮ ଜଣ ଛାତ୍ରଛାତ୍ରୀ ବିଶିଷ୍ଟ ଶ୍ରେଣୀ ଆରମ୍ଭ ହେବାର ବ୍ୟବସ୍ଥା ରହିଛି l ଆଜି ଏ ଖବର ପାନାବେଡା ଅଞ୍ଚଳରେ ଚାରିଆଡେ ପ୍ରସାରିତ ହେବାପରେ ଅଞ୍ଚଳବାସୀଙ୍କ ମନରେ ଅନେକ ଉତ୍ସାହ ତଥା ଖୁସି ପ୍ରକଟିତ ହେବାର ଏକ ମାହୋଲ ସୃଷ୍ଟି ହୋଇଯାଇଛି l ତେବେ ଉକ୍ତ ବିଭାଗ ପାଇଁ ଖୁବଶୀଘ୍ର ଏମଫିଲ, ପି.ଏଚଡ଼ି ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ଅଧ୍ୟାପକ ମାନଙ୍କ ନିଯୁକ୍ତି ଦିଆ ଯିବ ବୋଲି ସୂଚନା ମିଳିଛି l