ଗାଧୋଇବା ବେଳେ ଜଣଙ୍କୁ କୁମ୍ଭୀର ଟାଣିନେଲା

ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା । ବଢ଼ିବାରେ ଲାଗିଛି ବନ୍ୟା ବିପଦ । ଏହାରି ଭିତରେ ଆସିଛି କୁମ୍ଭୀର ଆତଙ୍କର ଖବର । ଖରାସ୍ରୋତା ନଦୀରେ ଗାଧୋଇବା ବେଳେ ଜଣଙ୍କୁ କୁମ୍ଭୀର ନଦୀ ଗର୍ଭକୁ ଟାଣି ନେଇଥିବା ଜଣାପଡ଼ିଛି । ଯାଜପୁର ବ୍ଲକ ଛତିଶଦେବିଲି ଷୋଳବାଟି ଗାଁର ନିକଟ ନଦୀରେ ଗାଧେଇବା ବେଳେ ଘଟିଛି ଏଭଳି ଅଘଟଣ । ସ୍ଥାନୀୟ ଅଞ୍ଚଳର ୫୫ ବର୍ଷୀୟ ବ୍ୟକ୍ତି ନିଖୋଜ। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି |ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ବ୍ୟକ୍ତିଜଣକ ଗାଧୋଇବା ପାଇଁ ନଦୀ ଭିତରକୁ ଯାଇଥିଲେ। ସେହି ସମୟରେ ହଠାତ୍ ଗୋଟିଏ କୁମ୍ଭୀର ତାଙ୍କ ଉପରେ ଆକ୍ରମଣ କରିଥିଲା ଏବଂ ତାଙ୍କୁ ଗଭୀର ପାଣି ଭିତରକୁ ଟାଣି ନେଇଯାଇଥିଲା। ଏହି ଘଟଣା ପରେ ତାଙ୍କର କୌଣସି ପତ୍ତା ମିଳିନାହିଁ।