କୋରାପୁଟରେ ହେବନି ୫୦ତମ କ୍ୟାବିନେଟ ବୈଠକ

ଭୁବନେଶ୍ୱର ବାହାରେ କ୍ୟାବିନେଟ୍ ବୈଠକ ବସିବା ନେଇ ଟାର୍ଗେଟ କରିଛି ବିଜେଡି । ବିଧାୟକ ଶାରଦା ଜେନା କହିଛନ୍ତି ଯେ, ସରକାର ଲୋକଙ୍କୁ ଭଣ୍ଡେଇଵା ପାଇଁ ଏ ନାଟକ ହେଉଛି। ବିରୋଧୀ ଦଳରେ ଥିଲା ବେଳେ ବହୁତ କଥା କହିଥିଲେ। ସେହିଭଳି ଲୋକଙ୍କୁ ଭଣ୍ଡେଇବା ପାଇଁ କହୁଛନ୍ତି କ୍ୟାବିନେଟ ଭୁବନେଶ୍ୱର ବାହାରେ କରିବେ। ଯେଉଁଠି କ୍ୟାବିନେଟ କଲେ ନିଷ୍ପତ୍ତି ଗୋଟିଏ ହେବ। ଏଥିରେ କିଛି ନୂତନତ୍ତ୍ୱ ନାହିଁ। ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ୫୦ତମ କ୍ୟାବିନେଟ ବୈଠକ କୋରାପୁଟଠାରେ ଅନୁଷ୍ଠିତ ହେବ ନାହିଁ। ପ୍ରଶାସନିକ ସୂତ୍ର ଓ ନିଷ୍ପତ୍ତି ଅନୁଯାୟୀ, ବୈଠକର ସ୍ଥାନ କିମ୍ବା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ସାଧାରଣତଃ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଆଞ୍ଚଳିକ ବିକାଶକୁ ପ୍ରାଥମିକତା ଦେବା ପାଇଁ ଭୁବନେଶ୍ୱର ବାହାରେ କ୍ୟାବିନେଟ ବୈଠକର ଆୟୋଜନ କରାଯିବାର ଯୋଜନା କରାଯାଇଥାଏ, କିନ୍ତୁ ବର୍ତ୍ତମାନ ଏହି ନିର୍ଦ୍ଦିଷ୍ଟ ବୈଠକ କୋରାପୁଟରେ ହେବାର କାର୍ଯ୍ୟକ୍ରମ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।