ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ରାହୁଲ ଗାନ୍ଧିଙ୍କ କାରକେଡ୍ ଧକ୍କା, ଅନେକ ଆହତ

ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ । ଉତ୍ତର ପ୍ରଦେଶର ସୁଲତାନପୁରରେ ଲୋକସଭା ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାରକେଡ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପୂର୍ବାଞ୍ଚଳ ଏକ୍ସପ୍ରେସୱେର ୯୧ କିଲୋମିଟର ମାଇଲଷ୍ଟୋନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ କଂଗ୍ରେସ କର୍ମୀ, ଦଳୀୟ ପଦାଧିକାରୀ ଏବଂ ସୁରକ୍ଷାକର୍ମୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି । ତେବେ ରାହୁଲ ଗାନ୍ଧି ସୁରକ୍ଷିତ ଥିବା ଜଣାପଡ଼ିଛି ।ସୂଚନା ଅନୁଯାୟୀ, ରାହୁଲ ଗାନ୍ଧି ଲକ୍ଷ୍ନୌରୁ ସୁଲତାନପୁର ଯାଉଥିବା ସମୟରେ ଏହି ଅଘଟଣ ଘଟିଛି । ସୁଲତାନପୁରର ଏକ ମାନହାନି ମାମଲାରେ ଆଜି ତାଙ୍କର କୋର୍ଟରେ ହାଜିରା ରହିଛି । ଏହି ସମୟରେ ରାହୁଲ ଗାନ୍ଧି ଯାଉଥିବା ବେଳେ କାରକେଡରେ ଥିବା ୫ଟି ଗାଡ଼ି ଓ ଗୋଟିଏ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି ।। ୨୦୧୮ରେ ଏକ ଅପରାଧିକ ମାନହାନୀ ମାମଲାରେ ତାଙ୍କୁ ସୁଲତାଲପୁରର ସ୍ୱତନ୍ତ୍ର ଏମପି-ଏମଏଲଏ କୋର୍ଟରେ ହାଜର ହେବାର ଥିଲା । ହାଜର ହେବା ପାଇଁ କୋର୍ଟ ଯିବା ବେଳେ ଅଘଟଣ ଘଟିଛି ।