ବ୍ରାହ୍ମଣୀ ନଦୀ ପାର୍ ହେଲେ ୪୦ଟିକିଆ ହାତୀପଲ, ଥର୍ମାଲ କ୍ୟାମେରାରେ କଏଦ ହେଲା ଦୃଶ୍ୟ

ବ୍ରାହ୍ମଣୀ ନଦୀ ପାର୍ ହେଲେ ହାତୀପଲ । ଢେଙ୍କାନାଳରେ ଥର୍ମାଲ କ୍ୟାମେରାରେ କଏଦ ହେଲା ଦୃଶ୍ୟ । ଢେଙ୍କାନାଳ ଜିଲା ସଦର ରେଞ୍ଜ୍ ଗଦାଶିଳା ଦେଇ ୪୦ଟିକିଆ ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇଛନ୍ତି । ବନ ବିଭାଗ ପକ୍ଷରୁ ଥର୍ମାଲ କ୍ୟାମେରାରେ ରେକର୍ଡିଂ କରାଯାଇଥିଲା । ଢେଙ୍କାନାଳ ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ତଥା ହାତୀମାନଙ୍କ ସୁରକ୍ଷା ଓ ଗତିବିଧି ଉପରେ କଡ଼ା ନଜର ରଖିବା ପାଇଁ ଆଧୁନିକ ଥର୍ମାଲ କ୍ୟାମେରା ବ୍ୟବହାର କରାଯାଉଛି। ବନ ବିଭାଗ ପକ୍ଷରୁ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଛି ।