ରୁଷରେ ୟୁକ୍ରେନ ପକ୍ଷରୁ ଡ୍ରୋନ୍ ଆକ୍ରମଣ: ୨ ମୃତ, ୧୭ ଆହତ
ରୁଷର ଭୋରୋନେଜ୍ ଅଞ୍ଚଳରେ ୟୁକ୍ରେନ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଶିଶୁ ସମେତ ୧୭ ଜଣ ଆହତ ହୋଇଛନ୍ତି। ଭୋରୋନେଜ୍ ରାଜ୍ୟପାଳ ଆଲେକଜାଣ୍ଡାର ଗୁସେଭ୍ ଆକ୍ରମଣକୁ ନିଶ୍ଚିତ କରିଛନ୍ତି ଏବଂ କହିଛନ୍ତି ଯେ, ରୁଷୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହି ଅଞ୍ଚଳରେ ୧୧୩ଟି ୟୁକ୍ରେନ ଡ୍ରୋନ୍ ଖସାଇ ଦେଇଛି।ରୁଷ ରେଳବାଇ ଅନୁଯାୟୀ, କ୍ରାସନୋଡାର ଅଞ୍ଚଳର ଏକ ଲୋକପ୍ରିୟ ପର୍ଯ୍ୟଟନ ସହର ଆନାପାରୁ ରାଜଧାନୀ ମସ୍କୋ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ ମଧ୍ୟ ଆକ୍ରମଣର ଶିକାର ହୋଇଛି। ଆକ୍ରମଣରେ ଟ୍ରେନ କ୍ଷତିଗ୍ରସ୍ତ ହୋଇଛି ଏବଂ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଅନ୍ୟପଟେ ୟୁକ୍ରେନ ଉପରେ ରୁଷର ଜାରି ରହିଛି ଘନ ଘନ ଆକ୍ରମଣ।ଲଗାତାର ଆକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି। ନିକଟରେ ରୁଷ ପକ୍ଷରୁ ହୋଇଥିବା ଆକ୍ରମଣକୁ ସେ ରବିବାର ନିନ୍ଦା କରିଛନ୍ତି। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ସହ ଅନେକ ଆହତ ହୋଇଛନ୍ତି।