ଖେଳାଳିଙ୍କ ମନୋବଳ ବଢାଇଲେ ସାଂସଦ, ସାଂସଦ ଖେଳ ମହୋତ୍ସବ ଉଦଯାପିତ

ଗଣିଆ -(ବିଶ୍ୱରଂଜନ) ଗଣିଆ ସ୍ଥିତ ପି ଏମ ଶ୍ରୀ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାପୀଠ ପରିସର ରେ ଗୁରୁବାର ସାଂସଦଙ୍କ ଖେଳ ମହୋତ୍ସବ ଉଦଯାପିତ ହୋଇଯାଇଛି। ଗଣିଆ ବିଜେପି ସଭାପତି ମହାବୀର ପ୍ରସାଦ ମିଶ୍ରଙ୍କ ସଭାପତିତ୍ଵରେ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ଶରତ କୁମାର କର, ସାଂସଦଙ୍କ ନୂଆଗାଁ ପ୍ରତିନିଧି ଭୀମସେନ ସେଠି, ଦଶପଲ୍ଲା ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା, ଏନଏସି ଦଶପଲ୍ଲା ପ୍ରତିନିଧି ଅଞ୍ଜନ କୁମାର ଦାସ, ଜିଲ୍ଲା କୃଷି ପ୍ରତିନିଧି ଅନ୍ତର୍ଯ୍ୟାମୀ ମିଶ୍ର, ବାହାଡାଝୋଲା ବିଜେପି ମଣ୍ଡଳ ସଭାପତି ଦିଲୀପ କୁମାର ନାୟକ, ବିଜେପିର ଗଣିଆ ମହିଳା ମଣ୍ଡଳ ସଭାପତି ରଞ୍ଜୁଲତା ପଣ୍ଡା , ବଶିଷ୍ଠ ବିଜେପି ନେତା ବିଭୂତି ଭୂଷଣ ପଣ୍ଡା , ଯୋଗଦାନ କରିଥିଲେ।ଏହି ଖେଳ ମହୋତ୍ସବ ଯୁବଶକ୍ତିର ଉତ୍ସାହ, ସଙ୍କଳ୍ପ ଓ ସ୍ୱପ୍ନକୁ ନୂଆ ଗତି ପ୍ରଦାନ କରୁଛି। ଗ୍ରାମ୍ୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ପ୍ରଶସ୍ତ ମଞ୍ଚ ଦେବାରେ ଏହି ଆୟୋଜନ କେବଳ ଏକ ଉତ୍ସବ ନୁହେଁ ଯୁବପିଢ଼ି ମାନଙ୍କ ପାଇଁ ପ୍ରେରଣା।ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଶାଳୀ ‘ଖେଲୋ ଇଣ୍ଡିଆ’ ଅଭିଯାନକୁ ଆଗକୁ ବଢ଼ାଇବା ସହ, ସୁସ୍ଥ, ସଶକ୍ତ ଓ ଶୃଙ୍ଖଳିତ ସମାଜ ଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ।ଅତିଥିମାନେ କହିଥିଲେ ବିକଶିତ ଭାରତ ଗଢ଼ିବା ଦିଗରେ ସମସ୍ତେ ସଂକଳ୍ପ ନେବା ସହ ସୁସ୍ଥ ନାଗରିକ, କ୍ରୀଡା ର ଭିତ୍ତିଭୂମି ବିକାଶ ହେବା, ଗ୍ରାମାଞ୍ଚଳ ରୁ ପ୍ରତିଭା ଚିହ୍ନଟ ହୋଇ ପ୍ରତ୍ୟେକ ବିଦ୍ୟାଳୟ ଓ ଘରେ ଘରେ କ୍ରୀଡାବିତ୍ ସୃଷ୍ଟି କରିବା ହିଁ ପ୍ରଧାନମନ୍ତ୍ରୀ ଙ୍କ ପରିକଳ୍ପନା ରହିଥିବା କହିଥିଲେ। ଏହାପରେ ପ୍ରତିଯୋଗୀ ମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କ୍ରିଡ଼ା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ। ୪ଦିନ ଧରି ଏହି ଖେଳ ମହୋତ୍ସବ ରେ ଚେସ, ଖୋଖୋ, କବାଡି, ଫୁଟବଲ, କ୍ରିକେଟ, ବ୍ୟାଟମିଣ୍ଟନ ଖେଳ ଅନୁଷ୍ଠିତ ହୋଇଥିଲା।

ଏଥିରେ ଗଣିଆ ବ୍ଲକ ର ୮ଗୋଟି ପଂଚାୟତ ର୧୫୦୦ରୁ ଉର୍ଦ୍ଧ ଖେଳାଳି ଅଂଶ ଗ୍ରହଣ କରିଥିଲେ।ଗଣିଆ ବ୍ଲକ ର ବିଜୟ ଲାଭ କରିଥିବା ପ୍ରତିଯୋଗୀ ମାନେ ଆସନ୍ତା କାଲି ୫/୧୨/୨୦୨୫ ରିଖ ଦିନ ଦଶପଲ୍ଲା ରେ ଭାଗ ନେବେ। ଏଥିରେ ଖେଳ ଶିକ୍ଷକ ଭାବେ ବିଶ୍ୱରଂଜନ ସାହୁ, କୁମୁଦିନୀ ଦେଇ, ନିରଞ୍ଜନ ମହାରଣା, ବିକାଶ ରଞ୍ଜନ ମଲ୍ଲ, ସୁରେନ୍ଦ୍ର କୁମାର ପୃଷ୍ଟି, ବିଜୟ କୁମାର ପରିଡା, ଶେଷ ଦେଵ ରାଉତ ବିରଞ୍ଚି ମହାପାତ୍ର ଓ ହୃଦାନନ୍ଦ ବେହେରା ପରିଚାଳନା କରିଥିବା ବେଳେ ଶିକ୍ଷକ ଦୀପକ କୁମାର ମହାରଣା ବିରେନ କୁମାର ନାୟକ ଓ ସତ୍ୟଭାମା ସେନାପତି କିଶୋର ପଣ୍ଡା ଶୋଭନ ପଣ୍ଡା ଓ ବୀରେନ୍ଦ୍ର ସାହୁ ସହଯୋଗ କରିଥିଲେ ।