ଗଣିଆ ବ୍ଲକ କାଯ୍ୟଳୟରେ ୭୯ତମ ସ୍ୱାଧିନତା ଦିବସ ପ୍ରସ୍ତୁତି ବୈଠକ


ଗଣିଆ, (ବିଶ୍ୱରଂଜନ ସେଠି) ୭୯ତମ ସ୍ୱାଧିନତା ଦିବସ ପାଳନ ନିମନ୍ତେ ମଙ୍ଗଳବାର ଗଣିଆ ପଂଚାୟତ ସମିତି ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ସାଗର କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ସମାଜିକ ସୁରକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ଗଣିଆ ପଂଚାୟତ ଗିରିଧାରୀ ସେଠୀ ଓ ଗଣିଆ ସମିତିସଭ୍ୟ ଫକୀର ମୋହନ ଡାକୁଆଙ୍କ ସମେତ, ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ଗଣିଅ ଥାନାର ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଅଗ୍ନିଶମ ଅଧିକାରୀ ବିଜୟାନନ୍ଦ ପରିଡ଼ା, ରଘୁନାଥ ଜୀଉ ମହାବିଦ୍ୟାଳୟର ଖେଳ ଶିକ୍ଷକ ଶେଷଦେବ ରାଉତ , ସମେତ ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟତ୍ରୀ, ଓ ଗଣିଆ ଉନ୍ନୟନ କମିଟିର ସଂପାଦକ ଆନନ୍ଦ ଚନ୍ଦ୍ର ବେହେରା, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିିଭନ୍ନ ପ୍ରକାର ପ୍ରତିଯୋଗତା କରାଯାଇ ୧ମ, ୨ୟ ଓ ୩ୟ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କତ କରାଯିବା ସହିତ ୧୦ମ ଓ +୨ ଓ +୩ରେ ଗଣିଆ ବ୍ଳକରେ ପ୍ରତମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହିତ ପ୍ୟାରେଡ଼ ପରିଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଅଗଷ୍ଟ ୧୫ ତାରିଖ ଭୋର ୪ଟାରୁ ପ୍ରଭାତଫେରୀ ଗଣିଆ ଠାରୁ ଆରମ୍ଭ ହୋଇ ବେଲପଡ଼ା , ବିଜୟନଗର, ପତଣ୍ଡା, ଏବଂ କରଡ଼ାପଡ଼ା ଗ୍ରାମ ରାମଧୁନରେ ଭ୍ରମଣ କରିବ । ସକାଳ ୭ଘ. ୧୫ମି ରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାଅନୁଷ୍ଠାନରେ ପତାକା ଉତୋଳନ କରାଯିବ । ସକାଳ ୭ଘ.୩୦ମିରେ ଗାନ୍ଧୀ ମଇଦାନରେ ମହାବୀର ସଂସ୍କୃତିକ ପରିଷଦ ତରଫରୁ ପତାକା ଉତୋଳନ କରାଯିବ । ସକାଳ ୮ଘ. ୧୫ମି.ସମୟରେ କିଶୋର ଚନ୍ଦ୍ର ବିଦ୍ୟାପୀଠରେ ପରିସରରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ପତାକା ଉତୋଳନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥ୍‌ôଲା ।